ହିନ୍ଦୁ, ହିନ୍ଦୁତ୍ୱ ଓ ହିନ୍ଦୁସ୍ଥାନ ପାଇଁ କାମ କରିବ କେଶରିୟା ହିନ୍ଦୁ ବାହିନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ହିନ୍ଦୁ, ହିନ୍ଦୁତ୍ୱ ଓ ହିନ୍ଦୁସ୍ଥାନ ପାଇଁ କାମ କରିବ କେଶରିୟା ହିନ୍ଦୁ ବାହିନୀ । ହିନ୍ଦୁ ଆଜି ନିଜ ନିଜ ମଧ୍ୟରେ ଜାତି ଆଧାରରେ ଭାଗ ଭାଗ ହୋଇ ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଛି । ଅନ୍ୟ ପକ୍ଷରେ ଅନ୍ୟାନ୍ୟ ଧର୍ମ ସାରା ଦେଶରେ କାୟା ବିସ୍ତାର କରିବାରେ ଲାଗିଛନ୍ତି । ଏଭଳି ପରିସ୍ଥିତିରେ କେଶରିୟା ହିନ୍ଦୁ ବାହିନୀ ଏକ ଜାତି ବିହୀନ ହିନ୍ଦୁ ସମାଜ ଗଠନ କରିବା ପାଇଁ ସମାଜର ପ୍ରତ୍ୟେକ ସ୍ତରରେ କାମ କରିବା ସହ ହିନ୍ଦୁ, ହିନ୍ଦୁତ୍ୱ ଓ ହିନ୍ଦୁସ୍ଥାନର ସ୍ୱାର୍ଥ ପାଇଁ ଲଢେଇ କରିବ ବୋଲି ଆଜି ସ୍ଥାନୀୟ ଭ୍ରମର ହୋଟେଲରେ ଆୟୋଜିତ ଜିଲ୍ଲାସ୍ତରୀୟ ସମ୍ମିଳନୀରେ ଓଡିଶା ଅଧ୍ୟକ୍ଷ୍ୟ ଧନଞ୍ଜୟ ଜେନା ମତ ପ୍ରକାଶ କରିବା ସହ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଏ ଦିଗରେ କାମ କରିବା ପାଇଁ ଅହ୍ୱାନ କରିଛନ୍ତି । ଜିଲ୍ଲା ସଭାପତି ସନ୍ତୋଷ ଭୋଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗଠନର ଅନ୍ୟ କର୍ମକର୍ତ୍ତାମାନଙ୍କ ମଧ୍ୟରେ ରାଜ୍ୟ ମାର୍ଗଦର୍ଶକ ରବିନ୍ଦ୍ର କୁମାର ଶତପଥୀ, ରାଜ୍ୟ ପ୍ରଭାରୀ ଦିଲୀପ କୁମାର ଦାଶ, ବଲାଙ୍ଗିର ନଗର ସଭାପତି ସନ୍ତୋଷ ସାହୁ, ଜିଲ୍ଲା ମହାସଚିବ ସୁନୀଲ କୁମାର ମିଶ୍ର, ଜିଲ୍ଲା ବରିଷ୍ଠ ଉପାଧକ୍ଷ୍ୟ ସଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ପ୍ରବକ୍ତା ଦେବାନନ୍ଦ ନାୟକ, ମୁନେଶ ରଥ, ବିରେନ୍ଦ୍ର ବାରିକ, ରାକେଶ ବେହେରା, ସୁବ୍ରତ କୁଅଁର, ବାଦଲ ମିଶ୍ର, ନରାଜ ରଣା, ସଞ୍ଜିତ କମ୍ପ, ସୌମ୍ୟରଞ୍ଜନ ପୁରୋହିତ, ଚନ୍ଦ୍ରଭାନୁ ପ୍ରଧାନ, ଦେବରାଜ ନାଗ, ଅଭିଷେକ ସୋନୀ, ରବିନ୍ଦ୍ର ନାଏକ, ପାର୍ଥ କର୍ଣ୍ଣ, ସୁଶିିଲ ସାହୁ, ଆଲୋକ ପଣ୍ଡା, ପ୍ରଦୀପ ସାହୁ, କବି ସାହୁ, ହରେକୃଷ୍ଣ ବେହେରା, ବୁଲୁ ପର୍ଡିଆ, ଆଶିଷ ପଟ୍ଟନାୟକ, ସମୀର ମହାକୁର, ଗିରିଧାରି ସାହୁ, ଓମ ପ୍ରକାଶ ସାହୁ, ଶମ୍ଭୂ ସୁନା, ଶଙ୍କର ଅଗ୍ରୱାଲ, ଶୈଳେନ୍ଦ୍ର ନାଏକ, ନେପାଳ ସାହୁ ତଥା ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.