ସ୍ପଷ୍ଟ ହେଲା ଅମାନବୀୟ ହତ୍ୟାକାଣ୍ଡର ରହସ୍ୟ : ପାଟଣାଗଡ଼ ସଅଁରାପଡାର ଗଣସଂହାର ଘଟଣାରେ ୭ ଅଭିଯୁକ୍ତ ଗିରଫ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସଅଁରାପଡାରେ ଘଟିଥିବା ଗଣସଂହାର ଘଟଣାରେ ଗୋଟିଏ ପରିବାରର ଛଅ ଜଣଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ । ଏହି ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପଟଣାଗଡ଼ ପୋଲିସ । ପାଟଣାଗଡ଼ ଥାନାରେ ବଲାଙ୍ଗିର ଏସପିଙ୍କ ‌ଦ୍ୱାରା ସାମ୍ବାଦିକ ସମ୍ମିଳନୀ ଆ‌ହ୍ୱାନ କରାଯାଇଥିବା ବେଳେ ଏସପି ସନ୍ଦୀପ ମାଡ଼କର ସୂଚନା ଏ ସଂପର୍କରେ ସୂଚନା ପ୍ରଦାନ କରିଛ‌ନ୍ତି । ତେବେ ସୂଚନା ଅନୁସାରେ ପୁର୍ବ ଶତ୍ରୁତା ଓ ପତିଆରାକୁ କେନ୍ଦ୍ର କରି ଘଟିଥିଲା ଏହି ହତ୍ୟାକାଣ୍ଡ । ୨ ଅଭିଯୁକ୍ତ ଫେରାର ରହିଥିବା କୁହାଯାଇଛି । ଫେରାର୍ ଅଭିଯୁକ୍ତଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ସୂଚନା ସୂଚନା ଦେଇଛନ୍ତି । ଫେରାର୍ ଥିବା ୨ ଅଭିଯୁକ୍ତ ବାପ ପୁଅ ଗଙ୍ଗୱା ମାଝୀ ଓ ଦେବରାଜ ମାଝୀ ବୋଲି ଜଣାପଡ଼ିଛି ।

ଏହି ଘଟଣାର ପ‌ର୍ଦ୍ଦାଫାସ୍‌ ପାଇଁ ଅତିରିକ୍ତ ଏସପି ମନୋରଞ୍ଜନ ପଧାନଙ୍କ ନେତୃ‌ତ୍ୱରେ ଗଠନ କରାଯାଇଥିଲା ସ୍ବତନ୍ତ୍ର ପୋଲିସ ଟିମ୍ ଓ ଆରମ୍ଭ ହୋଇଥିଲା ଘନଘୋର୍‌ ତଦନ୍ତ । ତେବେ ତଦ‌ନ୍ତରୁ ପୋଲିସକୁ ମିଳିଛି ବିଶେଷ ସଫଳତା । ସୂଚନା ଅନୁସାରେ ତିନୋଟି ପରିବାର ମିଶି କରିଥିଲେ ଏହି ଗଣ ସଂହାର । ଛୋଟ ପିଲାମାନେ ବଡ ହେଲେ ପ୍ରତିଶୋଧ ନେବା ଆଶଙ୍କାରେ ୪ ଶିଶୁଙ୍କୁ ମଧ୍ୟ ନୃଶଂସ ଭାବେ ହତ୍ୟା କରିଥିଲେ ହତ୍ୟାକାରୀମାନେ ।

ସୂଚନା ଯୋଗ୍ୟ ଯେ, ୧୦ ତାରିଖ ରାତିରେ ମୃତ ବୁଲୁ ଜାନୀ ପରିଶ୍ରା କରିବାକୁ ବାହାରକୁ ବାହାରିଥିବା ବେଳେ ପ୍ରଥମେ ବୁଲୁ ଜାନୀ ଉପରକୁ ଗଙ୍ଗୱା ମାଝୀ ଗୁଳି ଚଳାଇଥିଲେ ବି ଗୁଳି ବାଜିନଥିବା ନେଇ ସୂଚନା ଦେଇଛନ୍‌ନ୍ତି ଏସପି । ଗୁଳି ଶବ୍ଦ ଶୁଣି ଘର ଭିତରକୁ ପଶି ଯାଇଥିଲା ବୁଲୁ । ବୁଲୁ ପଛେ ପଛେ ଘର ପାଖେ ଲୁଚିଥିବା ଅଭିଯୁକ୍ତମାନେ ଅସ୍ତ୍ର ଶସ୍ତ୍ର ଧରି ଘର ଭିତରକୁ ପଶିଯାଇ ରଚିଥିଲେ ଏଭଳି ଅମାନବୀୟ ହତ୍ୟାକାଣ୍ଡ ।

ତେବେ ବୁଲୁ ଜାନୀ ଙ୍କ ପରିବାର ଲୋକଙ୍କୁ ହତ୍ୟା କରିବା ପାଇଁ ଗଙ୍ଗୱା ମାଝା ଓ ମନୀଷ ଗୋଣ୍ଡକୁ ମୁଖ୍ୟ ଅଭିଯୁକ୍ତ ବବଲୁ ଜାନୀ ଏକ ଲକ୍ଷ ଟଙ୍କାର ସୁପାରୀ ଦେଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ସନ୍ଦୀପ ମାଡ଼କର ।

Leave A Reply

Your email address will not be published.