ଗୋଆର ପ୍ରଥମ ମହିଳା ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ ପରଲୋକ

ପାନାଜୀ : ଗୋଆର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ଭାଜପା ନେତା ମୃଦୁଳା ସିହ୍ନା(୭୭)ଙ୍କ ଆଜି ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ବିହାରର ଚାପ୍ରା ଗ୍ରାମରେ ୧୯୪୨ ମସିହା ନଭେମ୍ବର ୨୭ ତାରିଖରେ ଜନ୍ମଗ୍ରହଣ କରିଥିବା ମୃଦୁଳା ଗୋଆର ପ୍ରଥମ ମହିଳା ରାଜ୍ୟପାଳ । ଅନ୍ୟପଟେ ମୃଦୁଳା ସିହ୍ନା ଭାରତୀୟ ଜନତା ପାର୍ଟିର ଜଣେ ଟାଣୁଆ ନେତା ମଧ୍ୟ ଥିଲେ । ତାଙ୍କ ବିୟୋଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କ ସହ ଭାଜପାର ବହୁ ବରିଷ୍ଠ ନେତା ଶୋକପ୍ରକାଶ କରିଛନ୍ତି ।

Leave A Reply

Your email address will not be published.