
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ଥାନା ଅର୍ନ୍ତଗତ କନ୍ଦେଇ ଗାଁରେ ୨୦୨୨ ମସିହା ନଭେମ୍ବର ୮ ତାରିଖରେ କନ୍ଦେଇ ଗାଁରେ ଥିବା ନଦୀକୂଳରେ ବଡ଼ଭାଇ ଫୁଲ ପ୍ରସାଦ ବାଗ ଓ ତାଙ୍କ ସାନଭାଇ ତିଲକ ଚନ୍ଦ ବାଗଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା ଏବଂ ସେହି ଘଟଣାକୁ ନେ ତିଲକ ଚନ୍ଦ ବାଗ ତାଙ୍କ ବଡ଼ଭାଇ ଫୁଲ ପ୍ରସାଦ ବାଗଙ୍କୁ ପଥରରେ ଛେଚି ଦେଇ ହତ୍ୟା କରିଥିଲେ । ଏନେଇ ତାଙ୍କ ବାପା ଚେରୁ ବାଗ ତୁରେକେଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ତୁରେକେଲା ପୋଲିସ କେସ ନଂ ୨୧୭/୨୨ ମାମଲା ରୁଜୁ କରି ତିଲକ୍ ଚନ୍ଦ ବାଗକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ କୋର୍ଟରେ ମାମଲା ବିଚାରାଧୀନ ରହିଥିଲା । ଏନେଇ ଗୁରୁବାର ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଦୌରାଜଜ୍ ରାକେଶ ନେୟାର (କଣ୍ଟାବାଞ୍ଜି ଏଡିଜେ କୋର୍ଟ) ମାମଲା ଶୁଣାଣି କରି ବଡ଼ଭାଇଙ୍କୁ ଜୀବନରୁ ମାରି ଦେଇଥିବା ଅଭିଯୁକ୍ତ ସାନଭାଇ ତିଲକ୍ ଚନ୍ଦ ବାଗକୁ ଆଜୀବନ କାରାଦଣ୍ଡ ଶୁଣିବା ସହ ୨୫ ହଜାର ଟଙ୍କା ଜରିମାନା କରିଥିବା ସରକାରୀ ଓକିଲ ସେଲିନ କିଣ୍ଡୋ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।