jsm

ଯୁବକଙ୍କୁ ହତ୍ୟା ପରେ ବୁଦାରେ ଫିଙ୍ଗି ଦେଲେ ଦୁର୍ବୃତ୍ତ

csstore

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅଇଲାସାରି ଗାଁ ନିକଟରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଏକ ବୁଦାରେ ଫିଙ୍ଗି ଦେଇଥିବା ଜଣାପଡ଼ିଥିଲା । ମୃତ ଯୁବକ ଜଣକ ଡୁଙ୍ଗୁରିପାଲି ଥାନା ଅଧୀନ ସମଲେଇଚୁଆ ଗାଁର ବବୁନ ପାଣ୍ଡେ (୩୬) ବୋଲି ଚିହ୍ନଟ ହୋଇଥିଲେ । ସ୍ଥାନୀୟ ଲୋକମାନେ ଅଇଲାସାରି ଗାଁ ନିକଟସ୍ଥ ବୁଦାରେ ତାଙ୍କର ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଡୁଙ୍ଗୁରିପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ତଦନ୍ତ ପାଇଁ ବଲାଙ୍ଗିର ସାଇଣ୍ଟିଫିକ ଟିମ୍ ଏବଂ ସୋନପୁର ଡଗ୍ ସ୍କ୍ୱାଡ୍ ମଧ୍ୟ ସେଠାରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରୁ ଯୁବକଙ୍କ ଗୋଡ଼, ବେକ ଓ ମୁଣ୍ଡ ସମେତ ଶରୀରର ବିଭିନ୍ନ ଅଂଶରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଜଣାପଡ଼ିଥିଲା । ଛୁରୀ ଓ ଭୁଜାଲି ଭଳି ଅସ୍ତ୍ର ବ୍ୟବହାର କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଥିଲା । ତେବେ ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ କେଉଁ ପରିସ୍ଥିତିରେ ଏବଂ କାହିଁକି ଏହି ନିର୍ମମ ହତ୍ୟାକାଣ୍ଡ ଘଟିଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

yuvodaya
Leave A Reply

Your email address will not be published.