jsm

ଯୁବକକୁ ତିନିଦିନ ଧରି ଅଟକ ରଖି ଅକଥନୀୟ ମାଡ଼ ମାରି ଲହୁଲୁହାଣ ଘଟଣାରେ ମାମଲା ରୁଜୁ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରରେ ପୁଣି ଭାଇଗିରିର ଦାଦାଗିରି ମୁଖ ଟେକିଛି ବୋଲି ସବୁଆଡେ ଚର୍ଚ୍ଚା ଜୋର ଧରିଛି । ଯୁବକକୁ ତିନିଦିନ ଧରି ଅଟକ ରଖି ଅକଥନୀୟ ମାଡ଼ ମାରି ଲହୁଲୁହାଣ କରିବା ଘଟଣାରେ ବ୍ରହ୍ମପୁର ସଦର ଥାନା ପକ୍ଷରୁ ରବିବାର ମଧ୍ୟାହ୍ନରେ ଏକାଧିକ ଦଫାରେ ପୋଲିସ ମାମଲା ରୁଜୁ କରିଛି ବୋଲି ଜଣାଯାଇଛି । ତିନିଦିନ ଧରି ଅଟକ ରଖି ଜଣେ ଯୁବକଙ୍କୁ ପ୍ଲାଷ୍ଟିକ ହାର୍ଡ ପାଇପ୍‌ରେ ଅକଥନୀୟ ମାଡ଼ ମାରି ଲହୁଲୁହାଣ କରିଦେଇଛନ୍ତି । ଏଭଳି ଏକ ଭିଡ଼ିଓ େସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭୟରେ ପୀଡ଼ିତ ଯୁବକ ଜଣକ ଅନ୍ୟତ୍ର ଆତ୍ମ ଗୋପନ କରିଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ସଦର ଥାନା ବ୍ରହ୍ମପୁର ପକ୍ଷରୁ ତଦନ୍ତ ଓ ଅନୁସନ୍ଧାନ ଜାରି ରହିଥିଲା । ଏନେଇ ବ୍ରହ୍ମପୁର ସଦର ଥାନା ପୋଲିସ ରବିବାର ମଧ୍ୟାହ୍ନରେ ଏହି ମାମଲାରେ ଏକାଧିକ ଦଫାରେ ମାମଲା ରୁଜୁ କରିଛି । ଏହି କ୍ରମେ ସଦର ଥାନା କେସ୍ ନଂ. ୪୪୫ / ୧୨/ ୭/ ୨୦୨୬ ୟୁ/ଏସ ୧୨୭ /(୩)୨୯୬/୧୧୫(୨)/୧୦୯/୩୫୧(୨)/ ୩(୫)/ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ୩(୨) (ଭି) ଏସ୍.ସି.ଏସ.ଟି. ଆକ୍ଟ ମାଧ୍ୟମରେ ପୋଲିସ ଦଫା ଲଗାଇଛି । ଖୁବ୍ ଶୀଘ୍ର ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଆର୍. ଶିବରାମ ଏବଂ ସମ୍ପୃକ୍ତ ସହଯୋଗୀ କେ. ବୁଲୁଙ୍କୁ ଗିରଫ୍ କରାଯିବା ଲାଗି ପୋଲିସ ପ୍ରସ୍ତୁତ ଅଛନ୍ତି । ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି ବୋଲି ଜଣାପଡ଼ିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଜଣେ ଯୁବକଙ୍କୁ ବନ୍ଦ କୋଠରୀରେ ୫୦ ଘଣ୍ଟା ଧରି ଅବା ତିନିଦିନ ଧରି ଅଟକ ରଖି ଯୁବକଙ୍କୁ ମାଡ଼ ମାରିବା ଭଳି ଅଭାବନୀୟ ଘଟଣା ଭାଇରାଲ ହେଉଛି । ଉକ୍ତ ଭାଇରାଲ ଭିଡ଼ିଓ ନେଇ ବିଭିନ୍ନ ମହଲରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ହାର୍ଡ ପ୍ଲାଷ୍ଟିକ୍ ପାଇପରେ ଜଣେ ଯୁବକଙ୍କୁ ଗୋରୁଙ୍କୁ ପିଟିଲା ଭଳି ପିଟିଥିବା ଭିଡ଼ିଓ ପୋଷ୍ଟ ଉପରେ ପ୍ରସାଶନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୀଡ଼ିତଙ୍କୁ ନ୍ୟାୟ ଦେବା ଜରୁରୀ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି । ଗତମାସରେ ତାଙ୍କୁ ଆଳ ଦେଖାଇ ଅପହରଣ କରିନିଆଯାଇଥିଲା । ଜଣେ ଶିକ୍ଷକଙ୍କୁ ଆକ୍ରମଣର ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ପୀଡ଼ିତ ଜଣକ ଦଳିତ ସମ୍ପ୍ରଦାୟର ଯୁବକ ପ୍ରଶାନ୍ତ ଦାସ ବୋଲି ଜଣାପଡିଛି । ପ୍ରଶାନ୍ତ ଜଣେ ଦଳିତ ସମ୍ପ୍ରଦାୟର ଯୁବକ ଅଟନ୍ତି, ତାଙ୍କ ବାପା ବିଜୟ ଦାସ ଓ ମାତା ଶାନ୍ତି ଦାସ ଦୁହେଁ ମାତା ପିତା ଅସହାୟ ତଥା ଦୃଷ୍ଟିହୀନ । ଯାହାକି ମାତା ପିତା ଦୁହେଁ ଏହି ଏକମାତ୍ର ପୁତ୍ର ଦ୍ୱାରା ସର୍ବଦା ସାହାରା ହୋଇ ଚଳି ଆସୁଛନ୍ତି । ଯେ, କି ମସିଆଖାଲି ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସହଯୋଗୀ ତଥା ମୁଖ୍ୟଅଭିଯୁକ୍ତ କୁହାଯାଉଥିବା ଆର୍. ଶିବରାମ (ଅରୂପ) ଓ ସରପଞ୍ଚ କେ.ବୁଲୁଙ୍କ ଅନ୍ୟ ସହଯୋଗୀ ମିଶି ଏଭଳି ଅକଥନୀୟ ଭାବେ ପ୍ଲାଷ୍ଟିକ ପାଇପ୍‌ରେ ମାଡ଼ ମାରି ଲହୁ ଲୁହାଣ କରିଦେଇଛନ୍ତି । ସରପଞ୍ଚ ସହଯୋଗୀ ଆର୍. ଶିବରାମ ଓ ଅନ୍ୟମାନେ ବିଜେପି ସମର୍ଥିତ ଦଳର ଲୋକ ବୋଲି କୁହାଯାଉଛି । ପ୍ରଶାନ୍ତ ଦାସକୁ ବିଭିନ୍ନ ଅପରାଧିକ ମାମଲାରେ ଛନ୍ଦି ହେବାକୁ ବାଧ୍ୟ କରାଯାଉଛି, ବୋଲି ପ୍ରଶାନ୍ତ ଭିଡ଼ିଓ ପୋଷ୍ଟ କରିଛନ୍ତି । କିନ୍ତୁ ଏ ସମ୍ପର୍କରେ ନିକଟସ୍ଥ ଥାନାରେ ସେ ଭୟରେ ଏତଲା ଦେଇନଥିଲେ । କିନ୍ତୁ ଅନ-ଲାଇନ୍‌ରେ ପୋଲିସ ପ୍ରଶାସନ ଓ ସମସ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ନ୍ୟାୟ ଚାହୁଁ ଥିବା ଜଣାଯାଇଛି । ଏବେ ଭୟରେ ଗାଁରୁ ଯାଇ ଅନ୍ୟତ୍ର ରହୁଛନ୍ତି, ତାଙ୍କର ଜୀବନ ପ୍ରତି ଦିପଦ ଥିବା ଜଣାଇଛନ୍ତି । ତାଙ୍କ ଘରେ ବାପା, ମାଆ, ପତ୍ନୀ ଓ କୁନି ସନ୍ତାନଟିଏ ରହିଥିବା ସ୍ୱଷ୍ଟ କରି ଭିଡିଓରେ ଭାଇରାଲ କରିଥିବା ଜଣାପଡ଼ିଛି । ଏକ୍ଷେତ୍ରରେ ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟଶନୁଷ୍ଠାନ ଗ୍ରହଣ କରି ଥିବା ଜଣାଯାଏ । ତେଣୁ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଧ୍ୟାନ ଦେଇ ପୀଡ଼ିତ ପ୍ରଶାନ୍ତ ଦାସଙ୍କୁ ନ୍ୟାୟ ପ୍ରଦାନ କରିବା ନିହାତି ଜରୁରୀ ବୋଲି ଜନସାଧାରଣଙ୍କ ମହଲରେ ଆଲୋଚନା ହେଉଛି ।

yuvodaya
Leave A Reply

Your email address will not be published.