pakka

ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଦିନ ହରିଶଙ୍କର ମନ୍ଦିରରେ ନାଗ ସାପ : ପୂଜକ ଓ ଭକ୍ତ ମାନଙ୍କ ଆହୁରି ଭକ୍ତି ଭାବବେଗ ଉତ୍ପନ୍ନ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ହରିଶଙ୍କର ମନ୍ଦିରରେ ହରି ଓ ଶଙ୍କର ବାବା ଲିଙ୍ଗ ପୂଜା ପାଉଥିବା ସ୍ଥାନରେ ନାଗ ସାପ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଗତ କାଲି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ହେଉଥିବା ହେତୁ ମନ୍ଦିର ପୂଜକ ମାନେ ସକାଳ ୫ ଟାରୁ ମନ୍ଦିର ଖୋଲି ପୂଜାର୍ଚ୍ଚନା କରୁଥିବା ବେଳେ ପୂଜା କରିବାର ଏକ ଘଣ୍ଟା ବ୍ୟବଧାନରେ ସକାଳ ୬ ଘଣ୍ଟା ସମୟରେ ହଠାତ୍ ନାଗ ସାପ ଟି ପୂଜାସ୍ଥଳୀରେ ଆସି ଫେଣ ତୋଲି ଠିଆ ହୋଇଥିଲା । ପୂଜକ ନରସିଂହ ପୂଝାରୀ ସାପକୁ ଦେଖି ମୋବାଇଲରେ ଫୋଟୋ ଉତ୍ତୋଳନ କରିଥିଲେ । ସୋମବାର ଭକ୍ତ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ଭକ୍ତ ମାନଙ୍କୁ ଦର୍ଶନ କରିବା ପାଇଁ ବାରଣ କରାଯାଇଛି । ନାଗ ସାପକୁ ଦେଖି ପୂଜକ ଏବଂ ଭକ୍ତ ମାନଙ୍କ ମଧ୍ୟରେ ଆହୁରି ଭକ୍ତି ଭାବବେଗ ଉତ୍ପନ୍ନ ହେଉଛି ବୋଲି ପୂଜକ ନରସିଂହ ପୂଝାରୀ ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

five × four =