ls

ଦୁଇ ବାଇକ୍‌ ଏବଂ କାର୍‌କୁ ଧକ୍କା ଦେଲା ଇନୋଭା କାର୍ : ୨ ଗୁରୁତର

a12

କଟକ : କଟକ ଜୁଡିସିଆଲ୍‌ ଏକାଡେମୀରୁ ତ୍ରିଶୂଳିଆକୁ ସଂଯୋଗ କରୁଥିବା ନେତାଜୀ ସୁବାସ ସେତୁ ଉପରେ ସିରିଜ୍ ଦୁର୍ଘଟଣା ଘଟାଇଛି ଇନୋଭା କାର୍ । ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଦ୍ରୁତ ଗତିରେ ତ୍ରିଶୂଳିଆ ପଟୁ ଆସୁଥିବା ଏକ ଇନୋଭା କାର୍ ପ୍ରଥମେ ଗୋଟିଏ ଚାରି ଚକିଆକୁ ଧକ୍କା ଦେଇଥିଲା । ଆଉ ଏହା ପରେ ଏକ ବୁଲେଟ୍ ପୁଣି ଗୋଟିଏ ବାଇକ୍‌କୁ ଧକ୍କା ଦେଇଥିଲା । ଆଇ ଏହି ସିରିଜ୍ ଦୁର୍ଘଟଣାରେ ଦୁଇ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛି ମର୍କତ ନଗର ପୋଲିସ । ତେବେ ଦୁର୍ଘଟଣା ଘଟାଇଥିବା ଇନୋଭା ଗାଡିର ଡ୍ରାଇଭର ଫେରାର୍‌ ହୋଇଯାଇଛି । ଲୋକଙ୍କ କହିବା ଅନୁଯାୟୀ, ଇନୋଭା କାର୍ ଏତେ ଦ୍ରୁତ ବେଗରେ ଆସୁଥିଲା ଯେ, ଧକ୍କା ପରେ ପ୍ରାୟ ବାଇକ୍ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାରି ହୋଇ ପଡିଥିଲା

manabhanjan
Leave A Reply

Your email address will not be published.