jayashree

ମର୍ମନ୍ତୁଦ ଟ୍ରକ୍ ଦୁର୍ଘଟଣା ୧ ମୃତ, ୧ ଗୁରୁତର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଥାନା ବିନିକାରୁ ଖଲିଆପାଲି ରାସ୍ତାର ନାଗପାଲି ବୁଲାଣିରେ ଏକ ଟ୍ରକ୍ ଓ ବାଲି ବୋଝେଇ ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଟ୍ରକ୍‌ରେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ହାଇୱା ଚାଳକ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଖଲିଆପାଲି ଗ୍ରାମର ରମେଶ ସେଠୀ ଓ ଗୁରୁତରଙ୍କ ନାମ ଜଣାପଡ଼ିନାହିଁ । ସୂଚନା ଅନୁସାରେ, ସୋନପୁର ପଟରୁ ଯାଉଥିବା ଟ୍ରକ୍ ସହ ଖଲିଆପାଲି ପଟରୁ ଆସୁଥିବା ବାଲି ବୋଝେଇ ହାଇୱାର ମୁହାଁମୁହିଁ ଧକ୍କା ହୋଇଥିଲା । ଖବରପାଇ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଉଭୟ ଗାଡ଼ିରେ ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ କଟର ସାହାଯ୍ୟରେ କାଟି ଉଭୟଙ୍କୁ ଉଦ୍ଧାର କରିଥିଲେ । ପରେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଅଗ୍ନିଶମ ଅଧିକାରୀ ଭବେନ୍ଦ୍ର ନାଥ ଦେଙ୍କ ଠାରୁ ସୂଚନା ମିଳିଛି । ହେଲେ ସେଠାରେ ଡାକ୍ତର ଟ୍ରକ୍ ଚାଳକ ରମେଶକୁ ମୃତ ଘୋଷଣା କରିଥିଲେ । ପ୍ରାଥମିକ ଚିକିତ୍ସାପରେ ହାଇୱା ଚାଳକଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଖବରପାଇ ହରଡ଼ଖୋଲ ଫାଣ୍ଡି ଅଧିକାରୀ ଧର୍ମେନ୍ଦ୍ର ମାଝି ଘଟଣାସ୍ଥଳରେ ପହଞ୍ଚି ଦୁଇ ଗାଡ଼ିକୁ ଜବତ କରିବା ସହ ତଦନ୍ତ ଚଳାଇଛନ୍ତି ।

Leave A Reply

Your email address will not be published.