ଦେଶିଲ ଛକରେ ବାଇକ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ଅପରାହ୍ନରେ କାନିଝୁରି ଗ୍ରାମର ଧନଞ୍ଜୟ ବାଗ ଓ ତନୁ ବାଗ ଓଡି୦୩୫୬୫୧ ବାଇକ ଧରି ଟିଟିଲାଗଡ ସହରକୁ ଆସୁଥିବା ବେଳେ ଦେଶିଲ ନିକଟସ୍ଥ କୁଟେନସିଲ ଛକଠାରେ ଭାରସାମ୍ୟ ହରାଇ ଗଛରେ ବାଡେଇ ହେବା ଫଳରେ ଧନଞ୍ଜୟ ବାଗଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇ ଅଚେତ ଅବସ୍ଥାରେ ପଡ଼ିଥିଲେ ଓ ତାଙ୍କ ସହ ଥିବା ତନୁଙ୍କ ଗୋଡ଼ରେ ଜୋରରେ ଆଘାତ ଲାଗିଥିଲା । ଉଭୟଙ୍କୁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଡାକ୍ତର ଧନଞ୍ଜୟଙ୍କୁ ମୃତ ଘୋଷଣା କରିଥିଲେ । ତନୁଙ୍କ ଗୋଡ ଭାଙ୍ଗି ଥିବା ଯୋଗୁଁ ତାଙ୍କୁ ବାହାରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ଥିବାବେଳେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.

five × two =