ଟିକ୍ରାପଡା ଫାଣ୍ଡି ସାମଗ୍ରୀ ଛାଡି ଫେରୁଥିବା ବାଟରେ ଦୁର୍ଘଟଣା : ୩ ଗୁରୁତର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡିର ବିଭିନ୍ନ ମାମଲା ଗୁଡିକ ସାମଗ୍ରୀ ସଇଁତଲା ଥାନାରେ ଛାଡି ଫେରୁଥିବା ରାସ୍ତାରେ ପିକ୍‌ଅପ୍‌ ଭ୍ୟାନ୍‌ ଗାଡି ଓଲଟି ୩ ପୋଲିସ କର୍ମଚାରୀ ଗୁରୁତର ଆଘାତ ହୋଇଥିବା ଜଣାପଡିଛି । ଆଘାତ ବ୍ୟକ୍ତି ହେଲେ କନେଷ୍ଟବଳ ଘନଶ୍ୟାମ ଥନାପତି, ହୋମଗାର୍ଡ ଫିରୋଜ ବଗର୍ତ୍ତୀ ଓ ଦେବରାଜ ସେଠ ଗୁରୁତର ହୋଇ ବଲାଙ୍ଗିର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥା ଥିବା ଜଣାପଡିଛି । ପ୍ରକାଶ ଯେ, ସଇଁତଲା ଥାନା ଟିକ୍ରାପଡା ଫାଣ୍ଡିରେ ଥିବା ବିଭିନ୍ନ ମାମଲା ଗୁଡିକର ସାମଗ୍ରୀ ଗୁଡ଼ିକୁ ସଇଁତଲା ଥାନାରେ ଛାଡିବା ପାଇଁ କନେଷ୍ଟବଳ ଘନଶ୍ୟାମ ଥନାପତି , ହୋମଗାର୍ଡ ଫିରୋଜ ବଗର୍ତ୍ତୀ, ଦେବରାଜ ସେଠ ଓ ଟିକେମଣୁ ବଏ ପ୍ରମୁଖ ସାମଗ୍ରୀଗୁଡ଼ିକୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ସଇଁତଲା ଥାନାରେ ଛାଡି ଫେରୁଥିବା ବେଳେ ରାସ୍ତାର ଟିକ୍ରାପଡା ଗୋଲାଣି ବ୍ରାହ୍ମଣୀ ପୋଲ ନିକଟରେ ପୁରୁଣା ଭ୍ୟାନ୍‌ ହୋଇଥିବା ବେଳେ ଚାଲୁ ସମୟରେ ଗାଡି ହଠାତ ଖରାପ ହୋଇପଡିଥିଲା । ଯାହା ଫଳରେ ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଘଟଣାସ୍ଥଳରୁ ଡ୍ରାଇଭର ନାରାୟଣ ସାହୁ ଫେରାର ମାରିଥିବା ଜଣାପଡିଛି । ପୋଲିସ ଗାଡିକୁ ଫାଣ୍ଡିକୁ ଆଣିଥିବା ଜଣାପଡିଛି । ଏ ନେଇ ଫାଣ୍ଡି ଅଧିକାରୀ ଗୋପାଳ ମିଶ୍ରଙ୍କୁ ପଚାରିବାରୁ ଉଭୟ ୩ ଜଣ କର୍ମଚାରୀ ସଇଁତଲା ଥାନାରୁ ଫେରୁଥିବା ସମୟରେ ଦୁର୍ଘଟଣାଟି ଆଘାତ ହୋଇଥିବା ପ୍ରକାଶ କରିଥିଲେ ।

Leave A Reply

Your email address will not be published.