ମକରଧ୍ୱଜ ଅଘରିଆ ଧର୍ମଶାଳା ଭଇଁଷା ଗୁଡ଼ି ନିର୍ମାଣ କାର୍ଯ୍ୟ ଆରମ୍ଭ

ପାଟଣାଗଡ଼, (ଅଜିତ ପୁରୋହିତ) : ନିକଟସ୍ଥ ଭଇଁଷା ଗୁଡ଼ି ସଭାପତି ଜ୍ଞାନେନ୍ଦ୍ର ସାଏ, ଉପସଭାପତି ଚିନ୍ତାମଣି ରାଉତ, ଗୃହନିର୍ମାଣ କମିଟି ତଥା ଗ୍ରାମ୍ୟ ସଭାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମକରଧ୍ୱଜ ଅଘରିଆ ଧର୍ମଶାଳାର ପୁନଃ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏଥିରେ ଭଇଁଷା ଗୁଡ଼ି ଅନ୍ତର୍ଗତ ସମସ୍ତ ଗ୍ରାମ୍ୟ ସମାଜ ଭାଇମାନଙ୍କ ଚାନ୍ଦା ତଥା ଭଇଁଷା ଗ୍ରାମର ଅଘରିଆ ସମାଜ ଭାଇଙ୍କ ନିଃସ୍ୱାର୍ଥପର ଶ୍ରମଦାନ ଏବଂ କିଛି ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥିକ ସହାୟତାରେ ପୁଣି ଥରେ ଧର୍ମଶାଳାର କାର୍ଯ୍ୟ ଆରମ୍ଭ ହୋଇଛି । ପାଟଣାଗଡ଼ ବିଧାୟକ ସରୋଜ ମେହେର ନିର୍ମାଣ କାର୍ଯ୍ୟ ସମାପନ କରିବା ପାଇଁ ୩ ଲକ୍ଷ ଟଙ୍କା ଦେବା ପାଇଁ କଥା ଦେଇଥିବାରୁ ଧର୍ମଶାଳା ନିର୍ମାଣ କମିଟି ନିର୍ମାଣ କାର୍ଯ୍ୟରେ ତତ୍ପରତାର ସହ ଆଗ୍ରହ ପ୍ରକାଶ କରି ବିଧାୟକଙ୍କୁ ସାଧୁବାଦ ଜଣାଇଛି ।

Leave A Reply

Your email address will not be published.