pakka

ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ

kalikesh

କରଞ୍ଜିଆ : ଅଭୟାରଣ୍ୟରେ ବନବିଭାଗ ଗୁରୁବାର ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ୪ ଜଣ ଶିକାରୀଙ୍କୁ ଗିରଫ କରିଥିବା ଜଣାପଡିଛିି । ଶିକାରୀଙ୍କ ନିକଟରୁ ୧୨ କେଜି ହରିଣ ମାଂସ, ୩ଟି ବନ୍ଧୁକ ସହିତ ଗୋଟିଏ ବାଇକ୍ ଜବତ ହୋଇଛି । ସୂଚନାନୁଯାୟୀ, ଗୁରୁବାର ରାତିରେ ବନବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ କେନ୍ଦୁମୁଣ୍ଡି ରେଞ୍ଜ ଅଧୀନରେ ଥିବା ଡବ୍ଲୁଡି ୮ ଏବଂ ଡବ୍ଲୁଡି ୧୦ରୁ ୪ ଶିକାରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କରଞ୍ଜିଆ ବ୍ଲକ୍ ପାହାଡପୁର, ରାମଯୋଡ଼ି ଓ ବୁରୁଡ଼ିହି ଗାଁର ବାସୁଦେବ ନାୟକ, ସୁଦର୍ଶନ ନାୟକ, ଚକ୍ରଧର ଗାଗରାଇ ଓ କେରସେ ସିଂ ଖୁଣ୍ଟିଆ । ସେମାନଙ୍କ ନିକଟରୁ ୧୨ କେଜି ହରିଣ ମାଂସ, ୩ଟି ବନ୍ଧୁକ ସହିତ ଗୋଟିଏ ବାଇକ୍ ଜବତ ହୋଇଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି ।

pp
Leave A Reply

Your email address will not be published.

fifteen − thirteen =