pakka

ଜାଲ ସଂପାଦକକୁ ଗିରଫ କଲା ଜଗଦଲପୁର ପୋଲିସ : ଖଟିଖିଆ ସଂଗଠନର ଥାନା ଘେରାଉ ସ୍ଥଗିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡଭା ପ୍ରାଥମିକ କୃଷି ସମବାୟ ସମିତି (ପିଏସିଏସ୍‌)ର ଜାଲ ସଂପାଦକ ରାକେଶ ସାହୁଙ୍କ ଆଗୁଆ ଜାମିନକୁ ମାନ୍ୟବର ହାଇକୋର୍ଟ ତିନି ମାସ ପୂର୍ବରୁ ଖାରଜ କରିଛନ୍ତି । ହେଲେ ପୋଲିସ ଓ ଅପରାଧୀ ମଧ୍ୟରେ ମଧୁ ଚନ୍ଦ୍ରିକା ଦୁଃଖ ଦାୟକ ଅଟେ ବୋଲି ଖଟିଖିଆ ସଂଗଠନ କହିଛି । ଡ଼ଭା ପିଏସିଏସ୍‌ର ଜାଲ ସଂପାଦକ ରାକେଶ ସାହୁଙ୍କୁ ଗିରଫ ଦାବୀରେ ଝାରବନ୍ଧ ଖଟିଖିଆ ସଂଗଠନ ଜଗଦଲପୁର ଥାନା ଘେରାଉ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲା । ତେବେ ଜଗଦଲପୁର ପୋଲିସ ଜାଲ ସଂପାଦକ ରାକେଶ ସାହୁଙ୍କୁ ଗିରଫ କରିଥିବାରୁ ସଂଗଠନ ବର୍ତ୍ତମାନ ପାଇଁ ଏହି ଘେରାଉ ସ୍ଥଗିତ କରିବା ନେଇ ନିଷ୍ପତ୍ତି ଗ୍ରହଣ କରିଛି ବୋଲି ଆରକ୍ଷୀ ଅଧିକ୍ଷକ ବରଗଡଙ୍କୁ ଖଟିଖିଆ ସଂଗଠନ ଲିଖିତ ଭାବରେ ଜଣାଇଛି । ରାକେଶ ସାହୁ ମାଟ୍ରିକ ଫେଲ ହେଲେ ମାଟ୍ରିକ ସାର୍ଟିଫିକେଟକୁ ଜାଲ କରି ବିଏ ପାସ କରି ଡଭା ପିଏସିଏସ୍‌ରେ ଦୁଇ ବର୍ଷ କାଳ ସଂପାଦକ ଭାବେ କାର୍ଯ୍ୟ କରିବା ବିଷୟ ସଚେତନ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଶେଷରେ ଧର୍ମର ଜୟ, ପାପର କ୍ଷୟ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

two × 3 =