pakka

ପାଠପଢ଼ା ବୟସରେ ବାଙ୍ଗାଲୁରୁରେ ଯାଇ ବନ୍ଧା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅମଠି ଗ୍ରାମରେ ଏକ ଅଭାବନୀୟ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ସେହି ଗ୍ରାମର ନୀରାବାଇ ଝରିଆ(୪୦) ଓ ସ୍ୱାମୀ ଧନମାଳୀ ଝରିଆ ସେମାନଙ୍କ ୨ଟି ସନ୍ତାନଙ୍କୁ ଉଦ୍ଧାର କରିବା ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ମଳିମୁଣ୍ଡା ଗ୍ରାମର ଇଟାଭାଟି ସର୍ଦାର ଉଦ୍ଧବ ଝରିଆ ଓ ଧରମ ରାଜ ଝରିଆ ତାଙ୍କ ଗ୍ରାମ ଅମଠିକୁ ଆସି ମୋଟା ଅଙ୍କର ପ୍ରଲୋଭନ ଦେଖାଇ ସୁଦୂର ବାଙ୍ଗାଲୁରୁକୁ ଇଟା ଗଢି ଯିବା ପାଇଁ ପ୍ରବର୍ତ୍ତାଇ ଥିଲେ । ତାଙ୍କ କଥାରେ ପଡି ଟଙ୍କା ଲୋଭରେ ଉଭୟେ ସ୍ୱାମୀ ସ୍ତ୍ରୀ ପାଞ୍ଚଟି ସନ୍ତାନଙ୍କୁ ଧରି ସୁଦୂର ବାଙ୍ଗାଲୁରୁକୁ ଚାଲି ଯାଇଥିଲେ । ସେଠାରେ ୬ ମାସ ଇଟା ଗଢ଼ା ସରିବା ପରେ ପାରିଶ୍ରମିକ ଟଙ୍କା ମାଗିଥିଲେ । ମାତ୍ର ଦୁଃଖର ବିଷୟ ଯେ ତାଙ୍କୁ ଟଙ୍କା ନ ଦେଇ ମାର ପିଟ କରି ସେଠାରେ ଶାରୀରିକ ଯନ୍ତ୍ରଣା ଦେଇଥିଲେ । ପ୍ରାଣ ବିକଳରେ ସେଠାରୁ ପଳାଇ ଆସୁଥିବା ବେଳେ ମୋର ଗୋଟିଏ ପୁଅ ୧୨ ବର୍ଷର ଆକାଶ ଓ ୧୦ ବର୍ଷର ଝିଅ ସୁଶୀଳାଙ୍କୁ ସର୍ଦାରମାନେ ଅଟକ ରଖି ପକାଇଲେ ବୋଲି ସେମାନେ ଥାନାରେ ଅଭିଯୋଗ କରିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ସଦୟ ହୋଇ କୋମଳମତି ନାବାଳିକା ନାବାଳକଙ୍କୁ ଯଥା ଶୀଘ୍ର ଉଦ୍ଧାର କରିବା ପାଇଁ ସାଧାରଣରେ ଦାବୀ ହୋଇଛି ।

Leave A Reply

Your email address will not be published.

18 + twenty =