pr

ରାଷ୍ଟ୍ରପତି ଭବନରେ ଗୁଞ୍ଜିଲା କଳାହାଣ୍ଡିର ଘୁମୁରା

dr. purohit

କେସିଙ୍ଗା, (ପ୍ରୀତେଶ ପଟେଲ) : ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଗୁଞ୍ଜିଲା କଳାହାଣ୍ଡିର ପ୍ରସିଦ୍ଧ ଲୋକନୃତ୍ୟ ଘୁମୁରାର ତାଳ । ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଘୁମୁରା ନୃତ୍ୟ ପରିବେଷଣ କରିଛନ୍ତି କଳାହାଣ୍ଡିର କଳାକାରମାନେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଶ୍ଚିମ ଓଡ଼ିଶାର ନୂଆଁଖାଇ ପର୍ବ ପାଳନ କରିଥିବା ବେଳେ ଏହି ଅବସରରେ ଓଡ଼ିଶାର ସମୃଦ୍ଧ ଲୋକକଳା, ପରମ୍ପରା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା । କଳାହାଣ୍ଡିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ନୃତ୍ୟ ସାଗର’ର କଳାକାରମାନେ ଗୌରବମୟ ଘୁମୁରା ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନ ଜିଣିଥିଲେ । ଅନୁଷ୍ଠାନର ସମ୍ପାଦକ ଜିତେନ୍ଦ୍ର କୁମାର ଭୋଇଙ୍କ ନେତୃତ୍ୱରେ ୧୪ ଜଣ କଳାକାର ନୂଆଦିଲ୍ଲୀ ଗସ୍ତ କରି ଏହି ଗୌରବମୟ ପ୍ରଦର୍ଶନ କରିଥିଲେ । କଳାହାଣ୍ଡିର ମାଟିରୁ ରାଷ୍ଟ୍ରପତି ଭବନ ଯାଏଁ ଘୁମୁରାର ଏହି ଯାତ୍ରା ଜିଲ୍ଲା ପାଇଁ ଗର୍ବର ବିଷୟ ପାଲଟିଛି । ଜାତୀୟସ୍ତରର ଏହି ମଞ୍ଚରେ ଘୁମୁରାର ପ୍ରଦର୍ଶନ ଏହି ଲୋକକଳାକୁ ଆହୁରି ବ୍ୟାପକ ପରିଚୟ ଦେବାରେ ସହାୟକ ହେବ ବୋଲି କଳାକାର ମହଲରେ ମତ ପ୍ରକାଶ ପାଇଛି ।

nrusinghnath
Leave A Reply

Your email address will not be published.