csstore

ଧାନ କିଣାରେ କୋଟି କୋଟି ଟଙ୍କାର ଘୋଟଲା

  • ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନର ତଦନ୍ତ ଦାବୀ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗଂଜାମ ଜିଲ୍ଲାରେ ଧାନ କିଣାରେ ପ୍ରତିବର୍ଷ ୧୦୦ କୋଟି ଟଙ୍କାର ଘୋଟଲା ହେଉଛି । ଏଥିରେ ଯୋଗାଣା ବିଭାଗ ଅଧିକାରୀ, ସମବାୟ ବିଭାଗ ଅଧିକାରୀ, ମିଶନ ଶକ୍ତି ଅଧିକାରୀ, ଆରଏମ୍‌ସି ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଫିସରମାନେ ଏହି ଦୁର୍ନୀତିରେ ସାମିଲ ହେଉଥିବାରୁ ସମସ୍ତେ ଯିଏ ଯାହାର ପାଉଣା ପାଇଁ ନୀରବ ରହୁଛନ୍ତି । ୨୦୨୫-୨୦୨୬ ମସିହାରେ ଗଂଜାମ ଜିଲ୍ଲାରେ ୧, ୫୬, ୭୧୩ ଜଣ ଚାଷୀ ଧାନ ବିକିବା ପାଇଁ ନାମ ପଞ୍ଜୀକରଣ କରିଥିଲେ । ଡିସେମ୍ୱର ୧୬ ତାରିଖ ଠାରୁ ଧାନ କିଣା ଆରମ୍ଭ ହୋଇ ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ଧାନକିଣା ହୋଇଥିଲା । ସେଥି ମଧ୍ୟରୁ ୧,୫୧,୦୦୦ ଜଣ ଚାଷୀଙ୍କର ୫୫ ଲକ୍ଷ ୮୨ ହଜାର ୬୯୭ ଧାନ କିଣା ଯାଇଥିଲା । ଜିଲ୍ଲାକୁ ୫୬ ଲକ୍ଷ ୨୯ ହଜାର ୫୨୫ କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଆସିଥିଲା । ଟାର୍ଗେଟ ଆସିଥିବା ୪୭ ହଜାର କୁଇଣ୍ଟାଲ ଫେରିଗଲା । ମାତ୍ର ଟୋକନ୍ ଆସିଥିବା ୫୬୧୩ ଜଣ ଚାଷୀଙ୍କ ସମବାୟ ଅଧୀକାରୀଙ୍କ ଖାମଖିଆଲୀ ଓ ବେଖାତିର ମନୋଭାବ ଯୋଗୁଁ ଧାନ କିଣାଗଲା ନାହିଁ । ଫଳରେ ଗରିବ ଓ ଭାଗଚାଷୀ ମାନେ ବେପାରୀମାନଙ୍କୁ ବିକି ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିଲେ । ଗତ ୨୦୨୪ -୨୫ ମସିହାରେ ୧,୩୯,୮୮୪ ଜଣ ଚାଷୀଙ୍କ ଠାରୁ ୫୮ ଲକ୍ଷ ୮୦ ହଜାର ୮୫୪ କୁଇଣ୍ଟାଲ ଧାନ କିଣା ଯାଇଥିଲା । ଚଳିତ ବର୍ଷ ୧,୫୧,୦୦୦ ଜଣ ଚାଷୀଙ୍କ ଠାରୁ ୫୫ ଲକ୍ଷ ୮୨ ହଜାର କୁଇଣ୍ଟାଲ ଧାନ କିଣାଗଲା । ସମବାୟ ଅଧିକାରୀ ମାନେ ଅଧିକ ଜମିଥିଲେ ସୁଦ୍ଧା ଜାଣିଶୁଣି କମ୍‌ ପରିମାଣ ଧାନ ଟାର୍ଗେଟ ଆସିବା ବ୍ୟବସ୍ଥା କଲେ । ଏପରି ଭାବେ କମ୍‌ ପରିମାଣ ଟାର୍ଗେଟ ଆସିବାରୁ ବଳକା ଧାନ ବିକି ନପାରି ଚାଷୀମାନେ ବେପାରୀଙ୍କୁ ବିକି କ୍ଷତି ସହିଲେ । ଚାଷୀମାନେ ଲିଖିତ ଅଭିଯୋଗ କଲେ ସୁଦ୍ଧା କେହି ଶୁଣିଲେ ନାହିଁ । ଏହା ତଦନ୍ତ ସାପେକ୍ଷ୍ୟ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଗଂଜାମ ପ୍ରକୃତ ଚାଷୀଙ୍କ ଧାନ ନ କିଣି ଜଗତସିଂହପୁର, ପୁରୀ ଆଦି ଜିଲ୍ଲାରୁ ପ୍ରାୟ ୩ ଲକ୍ଷ ୪୦ ହଜାର କୁଇଣ୍ଟାଲ ଧାନ କିଣାଯାଇଛି । ପ୍ରକୃତରେ ସେଠାରୁ ଧାନ ନ ଆଣି ସେଠାରେ ବିକି ଦେଇ କେବଳ କାଗଜପତ୍ରରେ ମିଛରେ ଧାନ କିଣା ହେଲା ବୋଲି ଦର୍ଶାଯାଇ ଗାଡି ଭଡା ଓ ମଣ୍ଡି ପରିଚାଳନା ଖର୍ଚ୍ଚ ବାବଦରେ କୋଟି କୋଟି ଟଙ୍କାର ଦୁର୍ନୀତି କରାଯାଇଛି । ଅଳ୍ପଦିନ ତଳେ ଆସିକାର ଭେଟନାଇ କନକ ପରମେଶ୍ୱରୀ ରାଇସ ମିଲକୁ ୬ ଜଣ ଯୋଗାଣ କର୍ମଚାରୀ ଚଢାଉ କରି ଚାଉଳ ଓ ଧାନର ଗଚ୍ଛିତ ଷ୍ଠକ ଯାଞ୍ଚ କରିଥିଲେ । ମାତ୍ର ମିଲର ଟଙ୍କା ଦେଇ ଅଧିକାରୀଙ୍କ ମୁହ ବନ୍ଦ କରିଦେଲା ଯୋଗାଣା କର୍ମଚାରୀଙ୍କ ଦୁର୍ନୀତି ମନୋଭାବ ଯୋଗୁଁ କୋଟି କୋଟି ଟଙ୍କାର କେଳେଙ୍କାରୀ ହେଉଛି । ତଦନ୍ତ ଏମିତି ହୋଇଛି ଯେ ବିଲେଇ ହାତରେ ମାଛ ସଫା କଲେ ସେ ଖାଇବ ନା ସଫା କରିବ । ଜିଲ୍ଲା ପ୍ରଶାସନ ଜାଣିଶୁଣି ନୀରବ ରହୁଛି କାହିଁକି ବୋଲି ସାଧାରଣ ପ୍ରଶ୍ନ ଉଠୁଛି । ବର୍ତ୍ତମାନକୁ ଖାଉଟି କାର୍ଡରେ ମିଳୁଥିବା ପ୍ରାୟ ୩୦ ଭାଗ ଚାଉଳ ଲୋକମାନେ ତାକୁ ନ ଖାଇ ଖୋଲା ବଜାରରେ ୧୮ ଟଙ୍କାରେ ବିକୁଛନ୍ତି । ସେହି ଚାଉଳକୁ ଅସୁଧ ମିଲର ମାନେ କିଣି ପୁଣି ପଞ୍ଚାୟତକୁ ପଠାଇଦେଉଛନ୍ତି । ଏଣୁ ବହୁ ମିଲରମାନେ ଚାଉଳ ଦେବାରେ ଡେରି ହେଉଥିବାରୁ ସେମାନେ ଧାନ ଆନ୍ଧ୍ରକୁ ମଧ୍ୟ ବିକି ଦେଉଛନ୍ତି । କେତେକ ମିଲରମାନଙ୍କ ଗଚ୍ଛିତ କ୍ଷମତା କମ୍‌ ଥିଲେ ସୁଦ୍ଧା ତାକୁ ଧାନ ଅଧିକ କିଣିବାକୁ ଦାୟିତ୍ୱ ଦେଇଥିବାରୁ ସେମାନେ ବାହାରେ ବିକି ବଜାରରୁ ଚାଉଳ କିଣି ସରକାରଙ୍କୁ ଦେଉଛନ୍ତି । ପୁଣି ଚଳିତବର୍ଷ ଧାନର ମାନ ଅତି ଭଲଥିଲେ ସୁଦ୍ଧା କୁଇଣ୍ଟାଲ ପିଛା ଅଧିକାଂଶ ବ୍ଲକରେ ୫ ରୁ ୬ କେଜି ପର୍ଯ୍ୟନ୍ତ ଅଧୀକ ଧାନ ଠକି ନେବାରୁ ଚାଷୀମାନେ ପ୍ରାୟ ୯୦ କୋଟି ଟଙ୍କା କ୍ଷତି ସହିଲେ । ଚଳିତ ବର୍ଷ ପ୍ରାୟ ୧ ଲକ୍ଷରୁ ଅଧିକ ଚାଷୀମାନେ ନିଜେ ହାତରୁ ଅଖା, ଗାଡିଭଡା, ଲେବର ଖର୍ଚ୍ଚ କରି ମିଲରେ ଧାନ ନେଇ ଦେଇଛନ୍ତି । ସେମାନେ ଏହି ସବୁ ଖର୍ଚ୍ଚ ପାଇବାକୁ ନିୟମ ଥିଲେ ସୁଦ୍ଧା ମଣ୍ଡି ପରିଚାଳନା ଖର୍ଚ୍ଚ ମିଲରମାନେ ଚାଷୀଙ୍କୁ ଠକୁଛନ୍ତି । ଏପରି ଭାବେ ପ୍ରତିବର୍ଷ ଧାନ କିଣାରେ ୧୦୦ କୋଟି ଟଙ୍କାରୁ ଅଧୀକ ଦୁର୍ନୀତି କେଳେଙ୍କାରୀ ହେଉଥିବାରୁ ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନ ଆବାହକ ରବି ରଥ ଏହି ମହାଦୁର୍ନୀତିର ରାଜ୍ୟ ସରକାର, ଭିଜିଲାନ୍ସ ଓ ଇଡି ଦ୍ୱାରା ତଦନ୍ତ କରିବା ପାଇଁ ଏକ ପ୍ରେସ ଇସ୍ତାହାରରେ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.