pakka

ଘର ହିଁ ବିଦ୍ୟାଳୟ ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ଶିକ୍ଷା ବର୍ଷ ୨୦୨୨-୨୩ ପାଇଁ ଶିଶୁ ବାଟିକା ବିଭାଗର ଘର ହିଁ ବିଦ୍ୟାଳୟ ପକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଗତକାଲି ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସମାରୋହରେ ପ. ମୋହନ ରାଓ ପାତ୍ର (ପ୍ରାନ୍ତ ଶୈକ୍ଷିକ ସଂଯୋଜକ) ଦୀପ ପ୍ରଜ୍ଜଳନ କରି ଶିଶୁର ଶାରୀରିକ ଓ ମାନସିକ ବିକାଶ ବିଷୟରେ ବିଶଦ୍ ଭାବରେ ଆଲୋକପାତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ସ୍ୱାଗତ ଭାଷଣ, ଅତିଥି ‌ପରିଚୟ ତଥା ଉଦ୍ଦେଶ୍ୟ ଜ୍ଞାପନ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ସୁଜାତା ତ୍ରିପାଠୀ ଗୁରୁମା ସଂଯୋଜନା କରିଥିବା ବେଳେ ଶିଶୁମାନଙ୍କ ମନ୍ଦ ଅଭ୍ୟାସ ବିଷୟର ଏକ ପ୍ରାୟଗିକ କାଳାଶରେ ଦୁର୍ବାଦଳ ସାହୁ ଗୁରୁଜୀ ଓ ସୁଜାତା ଗୁରୁମା କାଳାଶକୁ ପରିଚାଳନା କରିଥିଲେ । ଏଥ୍‌ରେ ଶିଶୁ ଭାଇ ଭଉଣୀ ରୂପେ ଅଞ୍ଜଳି ଗରୁମା, ଯାମିନୀ ଗୁରୁମା, ଗୀତା ଗୁରୁମା, ଗୋବିନ୍ଦ ଗୁରୁଜୀ, ଅନ୍ତର୍ଯ୍ୟାମୀ ଗୁରୁଜୀ ଓ ଜୟ ଭାଇ ପ୍ରମୁଖ ଅଭିନୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ୭୫ ଜଣ ଅଭିଭାବକ, ଅଭିଭାବିକା ଯୋଗ ଦେଇଥିଲେ ସମସ୍ତ ଗୁରୁଜୀ, ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

jay balangir
Leave A Reply

Your email address will not be published.

20 + 6 =

error: Content is protected !!