pakka

ରାଜ୍ୟସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଦଳର ପୁରୀ ଗସ୍ତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୧୧ ଓ ୧୨ ଦୁଇଦିନ ଧରି ପୁରୀର ରେଲୱେ କଲ୍ୟାଣ ମଣ୍ଡପଠାରେ ୩୪ତମ ଓଡିଶା ଷ୍ଟେଟ ସବଜୁନିୟର କ୍ୟୁରୋଗୀ (ଫାଇଟ) ଓ ଷଷ୍ଠ ପୁମସେଇ ଏବଂ ଷଷ୍ଠ କେଡେଟ ଖୀରୋଗୀ ଓ ପୁମସେଇ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ଟାଇକଣ୍ଡୋ କୋଚ ତଥା ସାଧାରଣ ସଂପାଦକ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଦଳ ଏଥିରେ ଭାଗ ନେବା ପାଇଁ ପୁରୀ ଅଭିମୁଖେ ଆଜି ଯାତ୍ରା କରିଛନ୍ତି । ଏଥିରେ ସବ୍‌ ଜୁନିୟର ବାଳିକା ବିଭାଗରେ ସମୀକ୍ଷା ସମୃଦ୍ଧି ଷଡଙ୍ଗୀ, ସୋନାକ୍ଷୀ ସନ୍ଧ୍ୟା ଭୋଇ ଓ ସାନଭି ପ୍ରଧାନ ଖୀରୋଗୀ (ଫାଇଟ) ଓ ପୁମସେଇ ବିଭାଗରେ ଭାଗ ନେଉଥିବା ବେଳେ ସବ୍‌ ଜୁନିୟର ବାଳକ ବିଭାଗରେ ଶ୍ରେୟାଂସ କୁମାର ସିଂ ଭଞ୍ଜ ଓ ଶୁଭମ୍‌ ମେହେର ଖୀରୋଗୀ (ଫାଇଟ) ଓ ପୁମସେଇ ବିଭାଗରେ ଭାଗ ନେବେ ବୋଲି ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।

jay balangir
Leave A Reply

Your email address will not be published.

twelve + fifteen =