ସାଲେପୁରରେ ଗ୍ୟାସ ଟାଙ୍କି ଫାଟି ଜଳିଗଲା ଅଙ୍ଗନବାଡି

ସାଲେପୁର : ସାଲେପୁରରେ ଅଭାବନୀୟ ଘଟଣା । ଗ୍ୟାସ ଟାଙ୍କି ଫାଟି ଯିବାରୁ ହଠାତ୍ ନିଆଁ ଲାଗିଯାଇଥିବା ଜଣାପଡିଛି । ଅଙ୍ଗନବାଡିରୁ ପ୍ରଚୁର ମାତ୍ରାରେ ଧୂଆଁ ବାହାରିଥିଲା । ସୂଚନା ଅନୁସାରେ ମାହାଙ୍ଗା ଲଳିତଗିରି ଗାଁ ଅଙ୍ଗନବାଡି କେନ୍ଦ୍ରରେ ଏଭଳି ଅଘଟଣ ଦେଖିବାକୁ ମିଳିଛି । ପାଚିକା ରୋଷେଇ କରିବା ସମୟରେ ହଠାତ୍ ନିଆଁ ବ୍ୟାପି ଯାଇଥିଲା । ତେବେ ନିଆଁ ଜଳିବା ଦେଖି ପିଲାଙ୍କୁ ଘରୁ ବାହାରକୁ ନେଇ ଆସିଥିଲେ ସହାୟିକା ।

Leave A Reply

Your email address will not be published.

17 + fifteen =