୧ କୁଇଣ୍ଟାଲ ୯୮ କେଜି ଗଞ୍ଜେଇ ଜବତ : ୧ ଗିରଫ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ ରବିବାର ବିପୁଳ ପରିମାଣର ଗଞ୍ଜେଇ ଜବତ କରି ଜଣଙ୍କୁ ଗିରଫ କରିଛି । ଅବକାରୀ ବିଭାଗର ମୋବାଇଲ ଟିମ୍‌ ପାଟ୍ରୋଲିଂ କରୁଥିବା ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ମିଳଥିଲା । ଏନେଇ ଅବକାରୀ ଟିମ୍‌ ଚଢାଉ କରି ଅଡାସିଂ ନିକଟରେ ଏକ ଅଟୋକୁ ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ଅଟୋରୁ ୧ କୁଇଣ୍ଟାଲ ୯୮ କେଜି ଗଞ୍ଜେଇ ଜବତ ହୋଇଥିଲା । ପରେ ଅବକାରୀ ଟିମ୍‌ ଅଭିଯୁକ୍ତ ଅଟୋ ଚାଳକ ସୁରେଶ ବିରଙ୍କୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ଘର ଉଦୟଗିରି ଅଞ୍ଚଳର ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚାଲାଣ କରୁଥିବା ଅବକାରୀ ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

four × two =