om academy

ବାଲିଗୁଡ଼ାକୁ ଜିଲ୍ଲା ଘୋଷଣା ଦାବୀ ନେଇ ମିଳିତ ମଞ୍ଚ ପକ୍ଷରୁ ବୈଠକ ଅନୁଷ୍ଠିତ

jsm

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବାଲିଗୁଡ଼ାକୁ ଜିଲ୍ଲା ଘୋଷଣା ଦାବୀ ନେଇ ମିଳିତ ମଞ୍ଚର ଆବାହକ ତଥା ବରିଷ୍ଠ ଆଇନଜୀବୀ କୌଶିକ ସାହୁଙ୍କ ନେତୃତ୍ୱରେ ଏକ ହୋଟେଲରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦଳମତ ନିର୍ବିଶେଷରେ ସମସ୍ତେ ଏକହୋଇ ବାଲିଗୁଡ଼ାକୁ ଜିଲ୍ଲା ଘୋଷଣା କରିବାକୁ ଦାବୀ କରାଯାଇଛି । ବାଲିଗୁଡ଼ା ଜିଲ୍ଲା ଘୋଷଣା ନ ହେବା ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଆନ୍ଦୋଳନ ଜାରି ରହିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ପ୍ରଥମେ ଶାନ୍ତିପୂର୍ଣ୍ଣ ଦାବୀ କରାଯିବା ସହ ଆବଶ୍ୟକ ସ୍ଥଳେ ବାଲିଗୁଡା ବନ୍ଦ କରାଯିବ ବୋଲି ବୈଠକରେ ମତପ୍ରକାଶ ପାଇଛି । ଜିଲ୍ଲା ଘୋଷଣା ଦାବୀ ନେଇ ସମସ୍ତ ବ୍ଲକ, ପଞ୍ଚାୟତରେ ପୋଷ୍ଟର, ବ୍ୟାନର ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ଦସ୍ତଖତ ଅଭିଯାନ ଆରମ୍ଭ କରିବାକୁ ବୈଠକରେ ସ୍ଥିର କରାଯାଇଛି । ଏପରିକି ପର୍ଯ୍ୟାୟକ୍ରମେ ଦାରିଙ୍ଗବାଡି, କ ନୂଆଗାଁ, ରାଇକିଆ, ଜିଉଦୟଗିରି, ଟିକାବାଲି, ଚକାପାଦ ଆଦି ବ୍ଲକରେ ବୈଠକ କରିବା ନେଇ କୁହାଯାଇଛି ।

Leave A Reply

Your email address will not be published.