om academy

ବିପୁଳ ପରିମାଣର ଗଞ୍ଜେଇ ଜବତ

jsm

ଲମତାପୁଟ : ଲମତାପୁଟ ପୋଲିସକୁ ମିଳିଲା ବଡ଼ ସଫଳତା । ଲମତାପୁଟ ଅଞ୍ଚଳରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ କଡ୍ରି ମନ୍ଦିର ନିକଟରେ ମାଡ଼ି ବସିଲା ପୋଲିସ । ଘଟଣାସ୍ଥଳରୁ ଡ୍ରାଇଭର୍ ଫେରାର୍ ଜଣେ ଗିରଫ । ସୂଚନାନୁଯାୟୀ, ଲମତାପୁଟ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ କଡ୍ରି ମନ୍ଦିର ନିକଟରେ ଦୃତ ଗତିରେ ଆସୁଥିବା ଏକ କାର୍‌କୁ ଅଟକାଇଥିଲା । ଏହି ସମୟରେ ଗାଡି ଛାଡି ଡ୍ରାଇଭର୍ ଫେରାର୍ ହୋଇଯାଇଥିବା ବେଳେ ପୋଲିସ ଜଣଙ୍କୁ ଗିରଫ କରିଛି । କାର୍‌ଟିକୁ ଯାଞ୍ଚ୍ କରିବାରୁ କାର୍ ଭିତରୁ ୨୧ କେ.ଜି ଗଞ୍ଜେଇ ଜବତ ହୋଇଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି । ତେବେ ଅଟକ ହୋଇଥିବା ଯୁବକ ଜଣଙ୍କ ଜୟପୁର ବାରିଣୀପୁଟର ଉପେନ୍ଦ୍ର ଖରା ବୋଲି ଜଣାପଡ଼ିଛି । ଏହି ଗଞ୍ଜେଇ ସବୁ ଲମତାପୁଟ ଅଞ୍ଚଳରୁ ମହାରାଷ୍ଟ୍ର ଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.