om academy

ଆଳୁ କିଲୋ ପ୍ରତି ୧୮ ଟଙ୍କା ଏବଂ ପିଆଜ କିଲୋପ୍ରତି ୨୩ ଟଙ୍କା ସୁଲଭ ମୂଲ୍ୟରେ ବିକ୍ରି ନିମନ୍ତେ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲ୍ଲାପାଳ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରଠାରେ ଅବସ୍ଥାପିତ ଜିଲ୍ଲା ଯୋଗାଣ ବିଭାଗ, ଯାହାକି ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଲକ୍- ଡାଉନ୍ ସମୟରେ ଅତି ଆବଶ୍ୟକ ସାମଗ୍ରୀର ବେଆଇନ୍ ମହଜୁଦ୍ ଓ କଳାବଜାରୀଙ୍କ ଉପରେ ଜିଲ୍ଲା ପ୍ରଶାସନ କଡା ନଜର ରଖିଛି । ଏଥି ନିମନ୍ତେ ଯାଂଚ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ୦୪ ଗୋଟି ଧରପଗଡ ଦଳ ଗଠନ କରାଯିବା ସହିତ ଅତ୍ୟାବଶ୍ୟକ ଜିନିଷ ଯଥା ଆଳୁ ଓ ପିଆଜକୁ ଫେଆର ପ୍ରାଇସ୍‌ ସପ୍‌ ସ୍ତରରେ ବିକ୍ରୟ କରିବା ପାଇଁ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦୈନିକ ଭିତ୍ତିରେ ଚଢାଉ ଜାରି ରହିଛି । ଆଳୁ ଓ ପିଆଜ ସମସ୍ତ ବ୍ଲକ୍ ଏବଂ ସହରାଞ୍ଚଳରେ ବିଭିନ୍ନ ଫେଆର ପ୍ରାଇସ୍‌ ସପ୍‌ ମାଧ୍ୟମରେ ଆଜି ତା.୦୬.୦୫.୨୦୨୧ ରିଖରୁ ସୁଲଭ ମୂଲ୍ୟରେ ବଣ୍ଟନ କରାଯାଇଛି । ଆଜି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସୁଲଭ ମୂଲ୍ୟରେ ବିକ୍ରି କରିବା ସକାଶେ ୮୪ ଜଣ ବିକ୍ରେତାଙ୍କୁ ଦାୟୀତ୍ବ ଦିଆଯାଇଛି । ତନ୍ମଧ୍ୟରୁ ୨୫ ଜଣ ବିକ୍ରେତା ଆଜି ବିକ୍ରିବଟା କରିଛନ୍ତି । ଆଜି ଦିନରେ ହୋଲସେଲ୍ ବିକ୍ରି ନିମନ୍ତେ ୬୩ କ୍ବିଣ୍ଟାଲ ଆଳୁ ଏବଂ ୩୧ କ୍ବିଣ୍ଟାଲ ପିଆଜ ଉଠାଯାଇଛି । ତନ୍ମଧ୍ୟରୁ ୩୬ କ୍ବିଣ୍ଟାଲ ୪୦ କି.ଗ୍ରା. ଆଳୁ ଏବଂ ୧୪ କ୍ବିଣ୍ଟିଲ୍ ୧୦ କି.ଗ୍ରା. ପିଆଜ ବିକ୍ରି ହୋଇଥିବା ସୂଚନା ମିଳିଛି । ସମୁଦାୟ ୨୮୦ ଜଣ ଗ୍ରାହକ ଆଳୁ କ୍ରୟ କରିଥିବା ବେଳେ ୧୨୩ ଜଣ ଗ୍ରାହକ ପିଆଜ କିଣିଛନ୍ତି । ବଜାର ଦର ଅନୁସାରେ ଆଳୁ କ୍ବିଣ୍ଟାଲ ପ୍ରତି ୧୨୪୦ ଟଙ୍କା ଏବଂ ପିଆଜ କ୍ବିଣ୍ଟାଲ ପ୍ରତି ୧୭୫୦ ଟଙ୍କା ହୋଲସେଲ୍ ଦର ରହିଛି । ଗ୍ରାହକ ମାନଙ୍କୁ ଆଳୁ କି.ଗ୍ରା. ପ୍ରତି ୧୮ ଟଙ୍କା ଏବଂ ପିଆଜ କି.ଗ୍ରା. ପ୍ରତି ୨୩ ଟଙ୍କାରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ବିକ୍ରି କରାଯାଇଥିବା ଗଞ୍ଜାମ ଜିଲ୍ଲା ମୁଖ୍ୟ ବେସାମରିକ ଯୋଗାଣ ଅଧିକାରୀ ଉମା ଶଙ୍କର ପତି ଜଣାଇଛନ୍ତି ।

Leave A Reply

Your email address will not be published.