jsm

ଗଞ୍ଜାମରେ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଅକ୍ସିଜେନ ଓ ଥର୍ମାଲ ଟେଷ୍ଟ ଆରମ୍ଭ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କରୋନା ଭୁତାଣୁର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ସହରାଞ୍ଚଳରେ ୧୮ ବର୍ଷ ପର୍ଯ୍ୟନ୍ତ ବୟସ୍କ ପିଲାମାନଙ୍କ ଅକ୍ସିଜେନ ଓ ଥର୍ମାଲ ଟେଷ୍ଟ ଆରମ୍ଭ ହୋଇଛି । ଏହି ଅବସରରେ ଗଞ୍ଜାମ ସହରସ୍ଥିତ ୩ ନମ୍ବର ୱାର୍ଡ ଅଖଡାବନ୍ଧ ସାହିରେ ଏହାର ଶୁଭାରମ୍ଭ ହୋଇଯାଇଛି । ଶିଶୁ, ବାଳକ, ବାଳିକାମାନଙ୍କ ସ୍ୱାସ୍ଥ୍ୟ ସ୍କେନିଙ୍ଗ ଟେଷ୍ଟ ୯ ତାରିଖ ଠାରୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଘରକୁ ଘର ବୁଲି ସମସ୍ତ ୱାର୍ଡରେ ଚାଲୁ ରହିବ ବୋଲି ଜଣାପଡିଛି । ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ସଲୀଳା ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରୋନିତ କୁମାର, ଗଞ୍ଜାମ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ, ଆଇ ସି ଡି ଏସ ସୁପରଭାଇଜର ରାଜେଶ୍ୱରୀ ବେହେରା, ୱାର୍ଡ ଅଙ୍ଗନବାଡି କର୍ମୀ ବବିତା ସେଠୀ, ଆଶାକର୍ମୀ ଓ ୱାର୍ଡ ଅଫିସର ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.