pr

ଗଙ୍ଗାଧର ମେହେର ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଏବଂ ପାଠ୍ୟଚକ୍ର

dr. purohit

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ୪ର୍ଥ-ଇ ପାଠ୍ୟଚକ୍ରରେ ଗଙ୍ଗାଧର ମେହେର ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଏବଂ ପାଠ୍ୟଚକ୍ରରେ ଆଲୋଚନାର ପ୍ରସଙ୍ଗ ‘ଗୀତା ବାଣୀ – ମା’ ଶୁଚଃ’୨୨ଅଗଷ୍ଟରେ ଅନୁଷ୍ଠିତ ହୋଯାଇଛି । ଉକ୍ତ ପାଠ୍ୟଚକ୍ରରେ ଅଧ୍ୟାପକ ଡ଼.ଲକ୍ଷ୍ମଣ କୁମାର ମେହେରଙ୍କ ସଭାପତିତ୍ଵରେ ରାଜେନ୍ଦ୍ର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସତ୍ୟବନ୍ତ ବେଦବାକଙ୍କ ଓଜସ୍ଵିନୀ ଗୀତା ବାଣୀ ଶ୍ରୋତା ମାନଙ୍କୁ ମନମୁଗ୍ଧ କରିଦେଇଥିଲା । ଶ୍ରୋତା ଗଣ ଗୀତାର ସାମୃତ ପାନ କରି ବିଭୁ ପ୍ରେମରେ ମଜ୍ଜି ଯାଇଥିବା ବେଳେ ସମାଜସେବୀ ଶିକ୍ଷୟିତ୍ରୀ ସବିତା ମହରାଙ୍କ ସଂଯୋଜନାରେ ପରମାତ୍ମା ପରମେଶ୍ୱରଙ୍କ ପ୍ରତି ଶ୍ରୋତାଙ୍କ “ଦିବ୍ୟ ଭାବନା” ସ୍ୱତଃ ଜାଗ୍ରତ ହୋଇଯାଉଥିଲା । ଉକ୍ତ ପାଠ୍ୟଚକ୍ରରେ ଏସ୍‌ଭିଏଲ୍‌ଏସ୍‌ର ରାଜ୍ୟ ସମ୍ପାଦକ ଡ଼ ଚିତ୍ତରଞ୍ଜନ ନାୟକ ବିବେକ ବାଣୀ ପଠନ କରିଥିଲେ । ରାଜ୍ୟ ବିଚାରଧାରାର ଉପାଧ୍ୟକ୍ଷ ଡ଼ ଛାୟାକାନ୍ତ ଷଡ଼ଙ୍ଗୀ, ପଶ୍ଚିମାଞ୍ଚଳ ସଂଯୋଜକ ସିମାଞ୍ଚଳ ମିଶ୍ର, ଏସ୍‌ଭିଏଲ୍‌ଏସ୍‌ ବଲାଙ୍ଗିର ଜିଲ୍ଲା ସଭାପତି ଶ୍ରୀରାମ ଶରଣ ହୋତା, ବିପିନ ବିହାରୀ ରାଉତ, ରାଜୀବ ଆଚାର୍ଯ୍ୟ ପ୍ରମୁଖଙ୍କ ଉପସ୍ଥିତି ପାଠ୍ୟଚକ୍ରଟିକୁ ସରଗରମ ବା ହର୍ଷ ଉଲ୍ଲସିତ କରିଥିବା ବେଳେ ରାଜ୍ୟର କୋଣ ଅନୁକୋଣରୁ ପାଠ୍ୟଚକ୍ରରେ ଯୋଡ଼ି ହେଇଥିବା ଶତାଧିକ ଶ୍ରୋତା ମାନଙ୍କ ଉପସ୍ଥିତି ଖୁବ୍ ଆନନ୍ଦ ଦାୟକ ଥିଲା । ପରିଶେଷରେ ଅଧ୍ୟାପକ କବିରାଜ ଭୋଇ କବିତା ମାଧ୍ୟମରେ ଧନ୍ୟବାଦ ଦେଇଥିଲେ ।

nrusinghnath
Leave A Reply

Your email address will not be published.