pakka

ଫୁଡକୁପଡା ଗାଁରେ ଜମି ବିବାଦକୁ ନେଇ ଗୋଣ୍ଡଗୋଳ : ଟାଙ୍ଗିଆରେ ହାତ କାଟି ଦେଲେ ସମ୍ପର୍କୀୟ ଭାଇ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ପାଟଣାଗଡ଼ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ପଞ୍ଚାୟତ ଫୁଡକୁପଡା ଗାଁରେ ଜମି ବିବାଦକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ଗଣ୍ଡୋଗୋଳରେ ଜଣେ ଭାଇଙ୍କ ମୃତ୍ୟୁ ହୋଇଛି । ମୃତ ହୋଇଥିବା ବ୍ୟକ୍ତି ଜଣକ ହେଲେ ସନ୍ତୋଷ ଧରୁଆ । ଏନେଇ ୪ ଜଣଙ୍କୁ ପାଟଣାଗଡ଼ ପୁଲିସ ଥାନାକୁ ଆଣି ଅଧିକ ତଦନ୍ତ କରୁଥିବା ଥାନାଅଧିକାରୀ ଅନନ୍ତ ପଧାନଙ୍କ ଠାରୁ ସୂଚନା ମିଳିଛି । ସୂଚନା ଅନୁସାରେ, ସନ୍ତୋଷ ଧରୁଆ ଓ ତାଙ୍କ ୧୪ ବର୍ଷିଆ ବଡ ପୁଅ ନବୀନ ଧରୁଆଙ୍କ ଗାଁରୁ ଅନୀତ ଦୂରରେ ଥିବା ତାଙ୍କ ଜମିରେ ଚାଷ କାମ କରୁଥିଲେ । ଅପରାହ୍ନ ୩ଟା ସମୟରେ ସନ୍ତୋଷଙ୍କ ସମ୍ପର୍କୀୟ ଭାଇ ଡେଲେ ମାଝି ଜମି ବିଷୟକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଡିଲେର ଆଉ ୩ ଜଣ ଭାଇ କଲାକାହ୍ନୁ ମାଝି, ଚମାର ମାଝି ଓ ଅନନ୍ତ ମାଝି ଘଟଣା ସ୍ଥଳରେ ପହଞ୍ଚି ଥିଲେ । ପରେ କଲାକାହ୍ନୁ, ଚମାର ଓ ଅନନ୍ତ ମିଶି ସନ୍ତୋଷକୁ ଜାବୁଡି ଧରିଥିଲେ । ଡିଲେ ନେଇ ଆସିଥିବା ଏକ ଧାରୁଆ ଟାଙ୍ଗିଆରେ ସନ୍ତୋଷର ବାମ ହାତକୁ ଚୋଟ ପରେ ଚୋଟ ମାରି ୧୦ ଚୋଟରେ ଶରୀରରୁ ହାତକୁ ଅଲଗା କରି ଦେଇଥିବା ଘଟଣା ସ୍ଥଳରେ ଉପସ୍ଥିତ ଥିବା ସନ୍ତୋଷଙ୍କ ବଡ ପୁଅ ନବୀନ କହିଛନ୍ତି । ପରେ ୪ ଜଣ ମିଶି ସନ୍ତୋଷଙ୍କ ପୁଅ ନବୀନଙ୍କ ଉପରେ ଆକ୍ରମଣ କରିବାକୁ ଯାଉଥିବା ବେଳେ ନବୀନ ଦୌଡିବାକୁ ଆରମ୍ଭ କରିଥିଲେ । ଅଭିଯୁକ୍ତମାନେ ନବୀନ ଉପରେ ଟାଙ୍ଗିଆ ଫିଙ୍ଗି ଥିବାରୁ ତାଙ୍କ ଡାହଣ ହାତରେ ବାଜି ସାମନ୍ୟ ଆଘାତ ଲାଗିଥିଲା । ପରେ ନବୀନ ପ୍ରାଣ ଭୟରେ ତାଙ୍କ ସାଇକେଲରେ ନିଜ ଘରକୁ ଆସି ପରିବାର ବର୍ଗଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ପରିବାର ବର୍ଗ ଘଟଣା ସ୍ଥଳରେ ପହଞ୍ଚି ସନ୍ତୋଷକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାଟଣାଗଡକୁ ଆଣିଥିଲେ । ହାତ ଛିଣ୍ଡି ତାଙ୍କର ଅଧିକ ରକ୍ତସ୍ରାବ ହୋଇଥିବାରୁ ଡାକ୍ତର ତାଙ୍କୁ ବଲାଙ୍ଗିର ମୁଖ୍ୟ ଡାକ୍ତଖାନାକୁ ସ୍ତାନାନ୍ତରିତ କରିଥିଲେ । ସନ୍ତୋଷ ଓ ତାଙ୍କ ଛିଡି ଯାଇଥିବା ହାତକୁ ଆଇସ ବକ୍ସରେ ରଖି ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ସ୍ତାନାନ୍ତରିତ ହୋଇଥିବା ବେଳେ ବାଟରେ ତାଙ୍କ ମୃତ ହୋଇଯାଇଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଘଟଣା ସମ୍ପର୍କରେ ପୁଲିସ ଖବର ପାଇ ଗାଁରେ ପହଞ୍ଚି ୪ ଜଣ ଆକ୍ରମଣକାରୀଙ୍କୁ ଥାନାକୁ ଆଣି ଅଧିକ ତଦନ୍ତ କରଥିବା ଥାନା ଅଧିକାରୀ ଅନନ୍ତ ପଧାନଙ୍କ ଠାରୁ ସୂଚନା ମିଳିଛି । ମୃତ ସନ୍ତୋଷଙ୍କ ୨ ପୁଅ ଓ ୨ ଝିଅ ଛୋଟ ଛୋଟ ଅଛନ୍ତି । ବଡ ପୁଅ ସମ୍ମୁଖରେ ନିଜ ବାପାକୁ ନିର୍ମମ ଭାବେ ହତ୍ୟା କରାଯାଇଥିବାରୁ ନବୀନ ଓ ପରିବାର ବର୍ଗ ଭୟଭୀତ ହେଉଛନ୍ତି । ପୁଲିସ ସନ୍ତୋଷଙ୍କ ପରିବାରକୁ ସୁରକ୍ଷା ଦେବା ସହ ସରକାରୀ ସହୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

two × 4 =

error: Content is protected !!