pakka

ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା

bbehera

ଟାଙ୍ଗୀ : ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା । ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଥିବା ଟାଙ୍ଗୀ, ବାଲୁଗାଁ, ସାତପଡା, ନୂଆପଡା ଓ ରମ୍ଭା ୫ଟି ରେଞ୍ଜରେ ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ । ଗୋଟିଏ ଦିନ ପାଇଁ ପକ୍ଷୀ ଗଣନା ହେବ । ଏଥିପାଇଁ ସର୍ବମୋଟ ୧୦୧ ଜଣଙ୍କୁ ନିୟୋଜିତ କରାଯାଇଛି । ଏଥିପାଇଁ ୨୧ଟି ଟିମ୍ ଗଠନ ହୋଇଛି । ପ୍ରତି ଟିମ୍‌ରେ ୪ରୁ ୫ ଜଣ ଲଖାଏଁ ନିୟୋଜିତ ହୋଇଛନ୍ତି । ବାଇନକୁଲର ସାହାଯ୍ୟରେ ପକ୍ଷୀ ଗଣନା କରାଯାଉଛି । ଜଳଭାଗରେ ୧୯ଟି ଟିମ୍ ଏବଂ ସ୍ଥଳଭାଗରେ ୨ଟି ଟିମ୍ ଚିଲିକାକୁ ଆସିଥିବା ଦେଶୀ-ବିଦେଶୀ ପକ୍ଷୀଙ୍କ ଗଣନା କରୁଛନ୍ତି । ଟାଙ୍ଗୀ ଏବଂ ବାଲୁଗାଁ ରେଞ୍ଜରେ ପକ୍ଷୀଙ୍କ ସମାଗମ ଅଧିକ ଥିବା ଯୋଗୁଁ ଅଧିକ ଗଣନାକାରୀ ଟିମ୍ ନିୟୋଜିତ ହୋଇଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ପୁରୀ-ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ଅନ୍ତର୍ଭୁକ୍ତ ଥିବା ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟ ହେବ ।

jay balangir
Leave A Reply

Your email address will not be published.

sixteen + fourteen =