ମହିଳା ଉଚ୍ଚ ମାଧ୍ୟମିକ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଭୋଗରାଇ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟକ୍ଷା କଳ୍ପନାରାଣୀ ଭଞ୍ଜ କ୍ରୀଡା ପତାକା ଉତ୍ତୋଳନ କରି ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଚାରି ଦିନ ଧରି ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗିତାରେ ଅନୁଷ୍ଠାନର ଛାତ୍ରୀ ମାନେ ବିଭିନ୍ନ ପ୍ରକାର ଖେଳରେ ଅଂଶଗ୍ରହଣ କରିଥିଲେ । ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଯୁକ୍ତ ୨ ପ୍ରଥମ ବର୍ଷ କଳା ଛାତ୍ରୀ ସୁଶ୍ରୀ ସାଧନା ଜେନା ଚଳିତ ଶିକ୍ଷା ବର୍ଷ ପାଇଁ ଆଥେଲେଟିକ ଚମ୍ପିୟାନ ହୋଇଥିଲେ । ଅଧ୍ୟାପକ ରାଜୀବ ଲୋଚନ ପରିଡା, ଅଧ୍ୟାପିକା ସଂଯୁକ୍ତା ମହାନ୍ତି, ଅଧ୍ୟାପକ ସରୋଜ କୁମାର ଦାସ, ଅଣଶିକ୍ଷା କର୍ମଚାରୀ ବିନ୍ଦୁବାସିନୀ ପ୍ରଧାନ, ପ୍ରଦୀପ କୁମାର ପାତ୍ର, ବଳରାମ ବିଶି, କାଞ୍ଚନବାଲା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.

20 − 20 =