jsm

କଣ୍ଟାବାଞ୍ଜି ମାଟିର ମହୋତ୍ସବ ୨୦୨୬ ଅବସରରେ ଗଣଦୌଡ

csstore

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମାଟିର ମହୋତ୍ସବ ୨୦୨୬ ଅବସରରେ କଣ୍ଟାବାଞ୍ଜି ଆର୍.ଏସ୍.ଆର୍.ଏସ୍. କ୍ଲବ୍ ପକ୍ଷରୁ ବୁଧବାର ଭୋର ସକାଳ ୬ଟା ସମୟରେ ଗଣଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ କ୍ରୀଡ଼ାବୀତଙ୍କ ସହ ଗୃହିଣୀ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ସ୍ଥାନୀୟ ଇନ୍ଦିରା ଛକ ଠାରୁ ପ୍ରତିଯୋଗିତା ଆରମ୍ଭ କରି ରେଲୱେ ଖେଲ ପଡ଼ିଆ ଠାରେ ଶେଷ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାଟିର ମହୋତ୍ସବ କମିଟିର ସଭାପତି ବ୍ରଜଶ୍ୟାମ ଗୁରୁ, ସାଧାରଣ ସମ୍ପାଦକ ବେଦବ୍ୟାସ ନାଗ, କୋଷାଧ୍ୟକ୍ଷ ସନ୍ତୋଷ ଅଗ୍ରୱାଲ, ଉପ ସଭାପତି କୈଳାସ ଦୀପ, ତୁଳସୀ ରାମ ଜଗତ, ନିଶିକାନ୍ତ ମାହାପତ୍ର, ସଂଯୋଜକ ପୁଷ୍ପ ବେହେରା, ସହ ସମ୍ପାଦକ ରାଜେନ୍ଦ୍ର ବେହେରା, ପ୍ରକାଶ ପ୍ରଧାନ, ରାଜୁ ବାରିକ, ପ୍ରଚାରକ ରୋହନ କୁମାର ମହତ, ସାଂସ୍କୃତିକ ସମ୍ପାଦକ ରଶ୍ମୀରଂଜନ ପୁଟେଲ, ଗଣମାଧ୍ୟମ ସଂଯୋଜକ ଗୁରୁ ଦୟାଲ ହଂସ, ପପୁ ଜୁଏଡ, ରାଜୁ ଶର୍ମା, ମୁକେଶ ବାଗ, ସେହେବାଜ ଖାଁ, ପ୍ରଶାନ୍ତ ପାଢ଼ୀ, ସୋମନାଥ ସାହୁ, ସୋନୁ ସତପଥି, ଜଗନ୍ନାଥ ପାଣିଗ୍ରାହୀଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.