oom

ଗାଇ ଗୁହାଳ ନିର୍ମାଣ ସହାୟତା ରାଶି ପ୍ରଦାନରେ ଅନିୟମିତତା ଅଭିଯୋଗ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଡଙ୍ଗାଘାଟ ପଞ୍ଚାୟତ ଅଧୀନରେ ଥିବା ବନମାଳି ରଣା (ପି. ଦୁବରାଜ ରଣା) ଦୀର୍ଘ ଦୁଇ ବର୍ଷ ତଳେ ଗାଇ ଗୁହାଳ ପାଇଁ କାର୍ୟ୍ୟାଦେଶ ପାଇଥିଲେ । କିନ୍ତୁ ଗୁହାଳ ସମ୍ପୁର୍ଣ୍ଣ ହୋଇ ଥିଲେ ସୁଦ୍ଧା କେବଳ ୨୮ହଜାର ଟଙ୍କା ମିଳିଛି । ଡଙ୍ଗାଘାଟ ପଞ୍ଚାୟତର ଇଓ ତାଙ୍କୁ ୧୦ ହଜାର ନ ଦେଲେ ଗୁହାଳର ବିଲ ହୋଇ ପାରିବ ନାହିଁ କହୁଥିବା ସେ କହିଛନ୍ତି । ଉପରିସ୍ଥ ଅଧିକାରୀ ମାନଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଶୁଣୁ ନାହାନ୍ତି । ଏ ପଟେ ସେ ଗାଇ ଗୁହାଳ ପାଇଁ ,ବାସନ କୁସନ, ସୁନା ରୂପା ସବୁ ବିକ୍ରି କରି ଦେଇ ସମସ୍ତ ପଇସା ଖର୍ଚ୍ଚ କରି ଦେଇଛନ୍ତି । ଅଭିଯୋଗ କରିଛନ୍ତି ଯେ, ବାରମ୍ବାର ପ୍ରଶାସନ ଅଧିକାରୀ ମାନଙ୍କୁ ଅଭିଯୋଗ କଲେ ମଧ୍ୟ ୧୦ ହଜାର ଲାଞ୍ଚ ନ ଦେବା ପର୍ୟ୍ୟନ୍ତ ସେ ବିଲି ନ ଦେବା ପାଇଁ ରୋକ ଠୋକ ମନା କରି ଦେଇଛନ୍ତି । ହିତାଧିକାରୀଙ୍କ କହିବା ମୁତାବକ ଡଙ୍ଗାଘାଟ ପଞ୍ଚାୟତରେ ଦୀର୍ଘ ୧୫ ବର୍ଷ ଧରି କାର୍ୟ୍ୟ କରୁଥିବା ଇଓ ନିରଞ୍ଜନ ସାହୁ ସବୁ ସମୟରେ ଲାଂଚ କାରବାରରେ ଲିପ୍ତ ରହୁଛନ୍ତି ।

ଗୋଟିଏ ଘର ପାଇଁ ୫ ରୁ ୧୦ ହଜାର ଲାଞ୍ଚ ନେବା ସହିତ ଘର ସମ୍ପୁର୍ଣ୍ଣ ହେବା ପରେ ମିଳିଥିବା ଜବ୍ କାର୍ଡ ମଧ୍ୟ ନିଜର ଲୋକଙ୍କର ନାମ ଦେଇ ୫ ରୁ ୭ ହଜାର ଲୁଟୁ ନେଉଛନ୍ତି । ଏପରି ପଞ୍ଚାୟତର ସମସ୍ତ କାର୍ୟ୍ୟରେ ଲକ୍ଷ ଲକ୍ଷ ଟଙ୍କା ହଡପ କରୁଛନ୍ତି । ଏଣୁ ତୁରନ୍ତ ଏପରି ଅଧିକାରୀ ମାନଙ୍କର ସମସ୍ତ ସମ୍ପତି ଯାଞ୍ଚ କରିବା ସହିତ ପଞ୍ଚାୟତର ସମସ୍ତ ଫାଇଲ ଯାଞ୍ଚ କରି ସମସ୍ତ ପଞ୍ଚାୟତ ଦୁର୍ନୀତି ପଦାରେ ପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ବରଗଡ଼ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି ।

jittmm
Leave A Reply

Your email address will not be published.