ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର

ବୀରମହାରାଜପୁର : ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର । ସୋନପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଖଣ୍ଡହତା ଗାଁରେ ଏହି ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାନୁଯାୟୀ, ବୁଧବାର ରାତିରେ ଖଣ୍ଡହତା ଗାଁର ରାଧେ ବଗର୍ତ୍ତି ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ବୀରମହାରାଜପୁର ଜୋନ ୨ ଜିଲ୍ଲା ପରିଷଦ ସଭ୍ୟା ଚନ୍ଦ୍ରକାନ୍ତି ଦନ୍ତା ଆହତଙ୍କୁ ଦେଖି ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହା ସହ ନିଜସ୍ଵ ପାଣ୍ଠିରୁ ଆର୍ଥିକ ସହାୟତା କରିବା ସହ ଅଧିକ ଅର୍ଥର ଆବଶ୍ୟକ ପଡ଼ିଲେ ସହାୟତା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଦୁର୍ଘଟଣାରେ ରାଧେଙ୍କ ବାମ ଗୋଡି ଭାଙ୍ଗିଯିବା ସହ ଖଣ୍ଡିଆ ଖାବରା ହୋଇଛି । ତାଙ୍କ ମୁଣ୍ଡ ପଛପାଖରେ ଆଘାତ ଲାଗିଥିବା ସୂଚନା ମିଲିଛି । ରାଧେଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.

eighteen − fifteen =