pakka

ଫ୍ରିଜ ତାର ସଂସ୍ପର୍ଶରେ ଆସି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ

bbehera

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ପୁରୁଣାକଟକ ହରଭଙ୍ଗା ଥାନା ଅନ୍ତର୍ଗତ କଙ୍କଲା ଗାଁରେ ଫ୍ରିଜ ତାର ସଂସ୍ପର୍ଶରେ ଆସି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ଶିଶୁ ଜଣକ ହେଲେ ହରଭଙ୍ଗା ଥାନା ଧଳପୁର ପଞ୍ଚାୟତ କଙ୍କଲା ଗ୍ରାମର ଅରୁଣ ବେହେରାଙ୍କ ପୁଅ ରଜତ ବେହେରା । ସୂଚନା ଯୋଗ୍ୟ ଯେ, ହରଭଙ୍ଗାର ଅରୁଣ ବେହେରାଙ୍କ ପରିବାର ଗତକାଲି ରାତିରେ ଖାଇ ସାରିବା ପରେ ଶୋଇବାକୁ ଯାଉଥିଲେ। ସେତିକି ବେଳେ ତାଙ୍କ ୪ ବର୍ଷର ପୁଅ ଫ୍ରିଜ ଲଗାଇବାକୁ ଯାଇଥିବା ବେଳେ ଫ୍ରିଜକୁ ସଂଯୋଗ କରିଥିବା ତାରରେ ପ୍ଲଗ ନ ଥିବାରୁ ରଜତର ହାତଟି ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ରଜତକୁ ଅଚେତ ଅବସ୍ଥାରେ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ବାପା । ଡାକ୍ତର ସେଠାରେ ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ହରଭଙ୍ଗା ଥାନା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

three × 5 =

error: Content is protected !!