pakka

ଜୁଆ ଆଡ୍ଡାରେ ପୋଲିସର ଚଢାଉ : ୧୭ ଗିରଫ, ୧ ଲକ୍ଷ ୪୮ ହଜାର ଜବତ

bbehera

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ଗୋସାଇଁନୂଆଗାଁ ଜାତୀୟ ରାଜପଥ ପାଖରେ ଥିବା ଏକ ଢାବା ନିକଟରେ ଚାଲିଥିବା ଏକ ବଡ ଧରଣର ଜୁଆ ଆଡ୍ଡାରେ ପୋଲିସ ଚଢାଉ କରି ୧୭ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସେଠାରୁ ନଗଦ ୧ ଲକ୍ଷ ୪୮ ହଜାର ଟଙ୍କା ଜବତ ହୋଇଛି । ଢାବା ନିକଟରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଚାଲୁଥିବା ଗୋସାଇଁନୂଆଗାଁ ପୁଲିସର ପାଟ୍ରୋଲିଂ ଟିମ୍‌କୁ କୌଣସି ସୂତ୍ରରୁ ଖବର ମିଳିଥିଲା । ପୁଲିସ ଟିମ ସେଠାରେ ଚଢ଼ାଉ କରି ଘଟଣାସ୍ଥଳରୁ ଜୁଆ ଖେଳୁଥିବା ୧୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧ଲକ୍ଷ ୪୮ ହଜାର ଟଙ୍କା ଓ ୪ ପ୍ୟାକେଟ ତାସ୍‌ ଜବତ କରିଥିବା ଜଣାପଡିଛି । ଏ ନେଇ ବ୍ରହ୍ମପୁର ଏସ୍‌ପି ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

seventeen + two =