ପ୍ରଥମ ମଣି ବରିହା ସ୍ମାରକି ଫୁଟବଲ ଟୁର୍ଣ୍ଣାମେଣ୍ଟ

  • କୁସମେଲକୁ ହରାଇ ସମଲେଶ୍ୱରୀ କ୍ଲବ ସେମିଫାଇନାଲରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନ କଲ୍ୟାଣ ଯୁବ ସଂଘ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ପ୍ରଥମ ମଣି ବରିହା ସ୍ମାରକି ଫୁଟବଲ ପ୍ରତିଯୋଗିତା ଚତୁର୍ଥ ଦିନର ଖେଳ ଖୁଜେନପାଲି ପଡିଆରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଖେଳରେ ୧-୦ ଗୋଲରେ ସକମାକୁ ହରାଇ ସମଲେଶ୍ୱରୀ କ୍ଲବ ବିଜୟୀ ହେଲା, ଦ୍ୱିତୀୟରେ ଟ୍ରାଇବ୍ରେକରରେ ମହିମୁଣ୍ଡାକୁ ହରାଇ କୁସମେଲ ବିଜୟୀ ହେଲା ଓ ତୃତୀୟ କ୍ୱାଟର ଫାଇନାଲରେ ଟ୍ରାଇବ୍ରେକରରେ କୁସମେଲକୁ ହରାଇ ସମଲେଶ୍ୱରୀ କ୍ଲବ ସେମିଫାଇନାଲରେ ପ୍ରବେଶ କଲା । ଖେଳକୁ ଦେବରାଜ ନାହାକ, ନରସିଂ ନାଏଡୁ, ଖଲିଉର ରହେମାନ, ବିକି ବିଶି, ଦେବାଶିଷ ବାଗ, ଶୁଶାନ୍ତ ନାଗ, ବୈକୁଣ୍ଠ ଜେନା, ରାଜେନ୍ଦ୍ର ଧରୁଆ ରେଫରି ଭାବରେ ପରିଚାଳନା କରିଥିଲେ । ଏକ୍ସନ କମିଟି ଆବାହକ ଗୋପାଳଜୀ ପାଣିଗ୍ରାହୀ, କ୍ରୀଡା ସଂସଦର ସଦସ୍ୟ ସିଦ୍ଧେଶ୍ୱର ମିଶ୍ର, ଖେଲୋ ଇଣ୍ଡିଆ ଜୋନାଲ ସଦସ୍ୟ ସୁମିତ ପୁରୋହିତ, ଖେଳ ଶିକ୍ଷକ ହୃଷିକେଶ ସାଏ, ଓଡିଶା ୟୁନିୟନ ଜର୍‌ନାଲିଷ୍ଟ ଏସୋସିଏସନ ଜିଲ୍ଲା ସାଧାରଣ ସଂପାଦକ ପ୍ରଦିପ୍ତ ମିଶ୍ର ଅତିଥି ଭାବରେ ଉପସ୍ଥିତ ଥିଲେ । ଆୟୋଜକ କମିଟିର ଅଧ୍ୟକ୍ଷ ବିନୋଦ କାଲସାଏ ଓ ସମ୍ପାଦକ ଦେବାଶିଷ କାଲସାଏଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଖେଳରେ ପୂର୍ବ ଖେଳାଳି ସୁନିଲ ଚନ୍ଦ୍ର ବିଶ୍ୱାଲ, କ୍ରୀଡା ସଂଗଠକ ଭୂପେନ୍ଦ୍ର ସିଂ, କ୍ରୀଡା ସଂସଦ ସଦସ୍ୟ ସଂଗ୍ରାମ ବହିଦାର, ସୁଦାମ ପାଣିଗ୍ରାହୀ, ନାଏବ ସରପଂଚ ସଞ୍ଜୁ ଷାଣ୍ଢ ଓ ଲାଲମଣି କାଲସାଏ ମଂଚାସୀନ ଥିଲେ । ଲକ୍ଷ୍ମଣ ମାଝି, ସୁନିଲ ପଟେଲ ଓ ପିଣ୍ଟୁ ବରିହା ମ୍ୟାନ୍ ଅଫ୍ ଦି ମ୍ୟାଚ ପାଇଥିଲେ । ଦୀପକ ବରିହା, ଶଙ୍କର ଦୀପ, ଗୋପୀନାଥ କାଲସାଏ, ସୁଦାମ କାଲସାଏ, ମହାଦେବ କାଲସାଏ, ଚନ୍ଦ୍ରରାଜ କାଲସାଏ, ମାନସ କାଲସାଏମ, ଶ୍ରୀକାନ୍ତ କାଲସାଏ, ବୁନୁ ତାଣ୍ଡି, କାମଦେବ ଷାଣ୍ଢ ଓ ରାହାସ କାଲସାଏ ଓ ଜନ କଲ୍ୟାଣ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

five + 11 =