jsm

ସିଏନ୍‌ସି ମହାବିଦ୍ୟାଳୟର କ୍ୟାରିୟର କନ୍‌କ୍ଲେଭ ଉଦ୍‌ଯାପିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସିଏନ୍‌ସି ବାଣିଜ୍ୟ ମହାବିଦ୍ୟାଳୟରେ ଚାଲିଥିବା କ୍ୟାରିୟର କନ୍‌କ୍ଲେଭ ଉଦ୍‌ଯାପିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ ସଂପୂର୍ଣ୍ଣ ଭାବରେ ଗଢି ତୋଳିବା ଏବଂ ଏକ ଉଜ୍ୱଳ ଭବିଷ୍ୟତ ତିଆରି କରିବା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ବିଷୟବସ୍ତୁ ଗୁଡିକୁ ଛାତ୍ରଛାତ୍ରୀ ସମ୍ମୁଖରେ ଆଣିବା ପାଇଁ ବିଗତ ୧୪ ନଭେମ୍ବରରୁ ୫ଦିନ ଧରି ଏକ କ୍ୟାରିୟର କନ୍‌କ୍ଲେଭର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରୁ ଉଚ୍ଚପଦାଧିକରୀ ତଥା ନୂତନ ଭାବେ ନିଜକୁ ଗଡି ତୋଳିବା କିଛି ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଆୟୋଜନ କରାଯାଇଥିଲା । ପ୍ରଥମ ଦିନ ଜିତେନ୍ଦ୍ର ସାହୁ (ଓଏଫ୍‌ଏସ୍‌(ଆଇ), ଆସିଷ୍ଟାଣ୍ଟ କନ୍‌ଜରଭେଟର, ବଲାଙ୍ଗିର) ସର୍ବୋଦୟ ସୁପ୍ରିତ ନନ୍ଦ (ଆଲୁମିନି, ସିଏନ୍‌ସି (ଏମ୍‌ବିଏ)) ପମୁଖ ସିଭିଲ୍‌ ସର୍ଭିସ୍‌ ଏବଂ ଏହାର ପ୍ରସ୍ତୁତି ବିଷୟରେ ଆଲୋକପାତ କରିଥିଲେ । ଦ୍ୱିତୀୟ ଦିନରେ ପୁଷ୍ପାଞ୍ଜଳି ପଣ୍ଡା (ଓଏଏସ୍‌), ତହସିଲଦାର, ବଲାଙ୍ଗିର) ଡ. ସୁରେଶ ଏକ୍‌ନାଥ (ପ୍ରିନ୍ସିପାଲ (ଏସ୍‌ଆଇଏଚ୍‌ଏମ୍‌) ବଲାଙ୍ଗିର) ପ୍ରମୁଖ ଯୋଗ ଦେଇ ମ୍ୟାନେଜମେଣ୍ଟ ଉପରେ ନିଜର ଅନୁଭୂତି ଛାତ୍ରଛାତ୍ରୀ ସମ୍ମୁଖରେ ରଖିଥିଲେ । ତୃତୀୟ ଦିନରେ ସିର୍ଦ୍ଧାଥ ବାବୁ (ପ୍ରୋ. ସିର୍ଦ୍ଧାଥ ଫାଇନାନ୍ସ କନ୍‌ସଲ୍‌ଟାନ୍ସି) ଏବଂ ପ୍ରବୀଣ କୁମାର ତ୍ରୀପାଠୀ(ବ୍ୟାଙ୍କ ମେନେଜର, ବ୍ୟାଙ୍କ ଅଫ୍‌ ଇଣ୍ଡିଆ) ଅତିଥି ରୂପେ ଯୋଗ ଦେଇ ବ୍ୟାଙ୍କିଙ୍ଗ ଓ ଫାଇନାନ୍ସ ଉପରେ ଆଲୋକପାତ କରିଥିଲେ । ଚତୁର୍ଥ ଦିନରେ ଦୀପକ ଛାପଡିୟା (ସିଏ), ସୁଶିଲ ହୋତା (ସିଏସ୍‌, ଲେକ୍‌ଚର, ସିଏନ୍‌ସି), ପ୍ରିୟା ଅଗ୍ରୱାଲ(ସିଏ, ଆଲୁମିନି, ସିଏନ୍‌ସି) ଅତିଥି ଭାବେ ଯୋଗ ଦେଇ ସିଏ, ସିଏମ୍‌ଏ ଏବଂ ସିଏସ୍‌ ହେବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯିବା ଉଚିତ ସେ ବିଷୟରେ ସମସ୍ତଙ୍କୁ ବୁଝାଇଥିଲେ ଏବଂ ଆଜି ଶେଷ ଦିନରେ ବହ୍ମାନନ୍ଦ ମେହେର(ଏମ୍‌ଡି, ଅମ୍ବିକା ଆଗ୍ରୋ, ବଲାଙ୍ଗିର) ପ୍ରମୁଖ ଯୋଗ ଦେଇ ଇଣ୍ଟରପ୍ରିନର୍ସିପ୍‌ର ମୁଖ୍ୟ ବିଷୟବସ୍ତୁକୁ ଆକର୍ଷ ଭାବରେ ବୁଝାଇଥିଲେ । ଏହି ୫ ଦିନରେ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର +୩ ଶେଷ ବର୍ଷର ଛାତ୍ରୀ ନିକି ଶର୍ମା, ଶ୍ରେୟା କେସ୍‌ୱାନି ସ ଆର୍‌ଚି ଅଗ୍ରୱାଲ ପ୍ରମୁଖ ପରିଚାଳନା କରିଥିଲେ । ଉକ୍ତ କନ୍‌କ୍ଲେଭରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.