ପ୍ରଥମ ଭେଟ୍ରାନ୍‌ ଓ ୟୁଥ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଷଷ୍ଠ ଦିବସ

  • ରବିବାର ଭେଟ୍ରାନ ଫାଇନାଲ ରୁରାଲଷ୍ଟାର ବନାମ ବ୍ଳୁଷ୍ଟାର ଓ ୟୁଥ ଫାଇନାଲ ଖଲିଆପାଲି ବନାମ ଗଇଁନ୍ତଲା ମଧ୍ୟରେ ମୁକାବିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭେଟ୍ରାନ୍‌ ଟୁର୍ଣ୍ଣାମେଣ୍ଟ କମିଟି କଲେଜ ଛକ ବଲାଙ୍ଗିର ଆନୁକୂଲ୍ୟରେ ଆଜି ସ୍ଥାନୀୟ ମିଶନ୍‌ ଖେଳ ପଡିଆଠାରେ ୟୁଥ ଦ୍ୱତୀୟ ସେମିଫାଇନାଲ ଖେଳରେ ସମଲେଶ୍ୱରୀ ଗଇଁନ୍ତଲା ଦଳ ୨-୧ ଗୋଲରେ ୟୁନାଇଟେଡ କଲେଜଛକ ଦଳକୁ ହରାଇ ଦ୍ୱତୀୟ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଛି । ରବିବାର ଦିନ ପ୍ରଥମ ଭେଟ୍ରାନ ଫାଇନାଲ ଖେଲ ରୁରାଲ ଷ୍ଟାର ସଦାଇପାଲି ବନାମ ବ୍ଳୁଷ୍ଟାର ବଲାଙ୍ଗିର ଓ ଦ୍ୱିତୀୟ ୟୁଥ ଖେଳ ଜୟଜଗନ୍ନାଥ ସ୍ପୋଟିଂ କ୍ଳବ ଖଲିଆପାଲି ବନାମ ସମଲେଶ୍ୱରୀ ଗଇଁନ୍ତଲା ମଧ୍ୟରେ ଅନୁଷ୍ଠିତ ହେବ । ଆଜି ମୁଖ୍ୟ ଅତିଥି ଭାବେ ପୁର୍ବତନ କ୍ରୀଡାବିତ ଇଂ ଗୋପାଲ ଚନ୍ଦ୍ର ପୁଜାରୀ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ପେଟ୍ରନ ଅମନ ନାଗ, କମିଟି ସଭାପତି ପ୍ରଭାତ ଦାସ, ଶ୍ରୀଧର ସେଠ୍‌ ଓ ଡ. ଶ୍ରୀକର ମିଶ୍ର ମଂଚାସୀନ ଥିଲେ । ଆଜିର ଖେଳକୁ ରେଫରୀ ଭାବରେ ସୁଦୟ କୁମାର ବାରିକ, ସୁଶାନ୍ତ ନାଗ, ଦେବାଶିଷ ବାଗ ଓ ଅବଦୁଲ ମୁଜିବ ପରିଚାଳନା କରିଥିଲେ । କମିଟିର ସମ୍ପାଦକ ହେମନ୍ତ ବେହେରା, କୋଷାଧ୍ୟକ୍ଷ ଗମନିଏଲ ନାଗ୍‌, ପ୍ରଦୋସ କୁମାର ଦାସ, ସୁବୋଧ ବାଗ, ବିରେନ୍ଦ୍ର ସୁନା, ଜ୍ୟେତିରାଜ ନାଗ, ସାନ୍ତନୁ ନାଗ, ସର୍ଜୁ ନାଗ, ଏନ୍‌ ଗାବ୍ରିଏଲ ଜେମ୍ସ, ପ୍ରଦ୍ୟୁମ୍ନ ନନ୍ଦ, ବିଶ୍ୱଜିତ ପାଲ, ଡ. ସିଦେ୍ଧଶ୍ୱର ମିଶ୍ର, ସୁନିଲ ବିଶ୍ୱାଲ, ଜିବନ ସୁନା, ମନୋଜ ନନ୍ଦ, ରାନୁ ବାଗ, ସୁରେନ୍ଦ୍ର ଭୋଇ, ସାନ୍ତନୁ ପୁଜାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କ୍ରୀଡାପ୍ରେମୀ ବହୁସଂଖ୍ୟାରେ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ଆୟୋଜନ କମିଟି ପକ୍ଷରୁ ଅନୁରୋଧ ଜଣାଇଛନ୍ତି ।

Leave A Reply

Your email address will not be published.

18 − twelve =