centurian jitm

୫୬ତମ ସର୍ବ ଭାରତୀୟ ଫୁଟବଲ ପ୍ରତିଯୋଗିତା : ସଦାଇପାଲି ସାଇଟ ଦଳ ଫାଇନାଲରେ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ପଲ୍ଲିଶ୍ରୀ ଷ୍ଟଡିୟମଠାରେ ୫୬ତମ ସର୍ବଭାରତୀୟ ଇଂଜିନିୟରସ୍‌ କପ୍‌ ଓ ନର୍ସିଂ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ସାଇଟ ସଦାଇପାଲି ଏବଂ ସମ୍ବଲପୁର ଏଫ୍‌.ସି ମଧ୍ୟରେ ପ୍ରଥମ ସେମି-ଫାଇନାଲ ଖେଳ ହୋଇଯାଇଛି । ଖେଳର ପ୍ରଥମାର୍ଦ୍ଧର ୧୨ ମିନିଟରେ ସାଇଟର ୧୬ ନଂ. ଜର୍ସି ଅଖିଲେଶ ଟପ୍ପୋ ଏକ ସୁନ୍ଦର ଗୋଲ ସ୍କୋର କରିଥିଲେ । ସମ୍ବଲପୁର ଦଳର ଘନଘନ ଆକ୍ରମଣ ସତ୍ୱେ ସଦାଇପାଲି ସାଇଟ ଦଳ ତାକୁ ପ୍ରତିରୋଧ କରି ୧-୦ ଗୋଲରେ ବିଜୟୀ ହେବା ସଙ୍ଗେ ସଙ୍ଗେ ଫାଇନାଲକୁ ଉନ୍ନିତ ହୋଇଛନ୍ତି । ଖେଳଟି ସଂଘର୍ଷପୂର୍ଣ୍ଣ ଥିଲା ଏବଂ ହଜାର ହଜାର ଦର୍ଶକଙ୍କ ମନ ମୁଗ୍ଧ କରିଥିଲା । ଏହି ଅବସରରେ ଆୟୋଜକ କମିଟିର ସମ୍ପାଦକ ଡ. ନାରାୟଣ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଏ.ଆଇ.ସି.ସି. ସଭ୍ୟ ସମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଥିବା ବେଳେ ସମ୍ମାନୀତ ଅତିଥି ରୂପେ ବୁଲୁ ଦାନୀ, ମନିଷ ମିଶ୍ର ଓ ବରିଷ୍ଠ ପି.ଇ.ଟି ଅନ୍ତର୍ଯ୍ୟାମୀ ବିଶ୍ୱାଳ ମଂଚାସୀନ ଥିଲେ । ଆସନ୍ତାକାଲି ଭିଲେଇ ବି.କେ.ପି ୟୁଥ ଏଫ୍‌.ସି ସହ କୁଚିଣ୍ଡା ବି.ଏଫ୍‌.ସି ସହିତ ଖେଳ ହେବ ବୋଲି ଜଣାଯାଇଛି । ଖେଳ ସୁବ୍ରତ କୁମାର ପୁରୋହିତ, ଦେବାଶିଶ ବାଗ, ସଂଜିବ ମହାରଣା ଓ ସୁଧାଂଶୁ ସେଠ ରେଫରୀ ଭାବରେ ପରିଚାଳନା କରିଥିଲେ । ସୁନୀଲ ଚନ୍ଦ୍ର ବିଶ୍ୱାଳ ମ୍ୟାଚ କମିଶନରର ଦାୟିତ୍ୱ ବହନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଫୁଟବଲ ସଂଘ ତଥା ବଲାଙ୍ଗିର କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ରମେଶ ଚନ୍ଦ୍ର ନାଏକ, ବିରଂଚି ସାଏ, ପ୍ରଦୀପ ମହାରଣା, ଆଦିତ୍ୟ ପଟ୍ଟନାୟକ, ହେମନ୍ତ ବେହେରା, ଶରତ ନନ୍ଦ, ପ୍ରଫୁଲ୍ଲ ମିଶ୍ର, ସୁଦାମ ଥାଟି ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.