ଚର୍ଚ୍ଚାରେ ବ୍ୟଙ୍ଗ କବି କିଶୋରଙ୍କ ଫେସ୍‌ବୁକ୍‌ ପୋଷ୍ଟ : କାହା ବାଡ଼ିରେ ପଶିଲେ କଲ୍‌ କରିବ

ବରପାଲି, (କେପିଏନ୍‌ଏସ୍‌) : ଯୁବ ବ୍ୟଙ୍ଗ କବି କିଶୋର କୁମାର ସାହୁଙ୍କୁ କିଏ ବା ନଜାଣେ । ଯେଉଁ ମଂଚରେ ଠିଆ ହୁଅନ୍ତି, ସେଠି ସେ ତ’ ଗମ୍ଭୀର ଥାଆନ୍ତି କିନ୍ତୁ ଶ୍ରୋତାମାନେ ହସି ହସି ବେଦମ୍‌ ହୁଅନ୍ତି । ଆଜି ତାଙ୍କ ଫେସ୍‌ବୁକ୍‌ର ଏକ ପୋଷ୍ଟ ବେଶ୍‌ ଚର୍ଚ୍ଚାକୁ ଆସିଛି । ପୋଷ୍ଟରେ ବଳଦଟିଏର ଛବି ପୋଷ୍ଟ ହୋଇଛି । ବଳଦ ଦେହରେ ଲେଖା ହୋଇଛି – କାହା ବାଡ଼ିରେ ପଶିଲେ କଲ୍‌ କରିବ …….. ପିଟାପିଟି କରିବ ନାହିଁ । ଏଥିରେ ଏକ ମୋବାଇଲ୍‌ ନମ୍ବର ମଧ୍ୟ ଦିଆଯାଇଛି । ତେବେ ଏହି ପୋଷ୍ଟିଂରେ ବୁଲା ଗାଈଗୋରୁଙ୍କୁ ନେଇ ଏକ ଚମତ୍କାର ସଂଦେଶ ରହିଥିବା ବେଳେ ବୁଲା ଗାଈଗୋରୁଙ୍କ ପ୍ରତି ପ୍ରଶାସନର ଧ୍ୟାନ ଆକର୍ଷଣ କରିବା ଦିଗରେ ଏହି ପୋଷ୍ଟିଂ ବେଶ୍‌ ସହାୟକ ହୋଇପାରିବ ବୋଲି କୁହାଯାଉଛି ।

Leave A Reply

Your email address will not be published.

two × five =

error: Content is protected !!