mahavir

ଦୁର୍ଘଟଣା ପରେ ଗାର୍ଡୱାଲରେ ଝୁଲିଲା ହାଇୱା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଭାରସାମ୍ୟ ହରାଇ ଗାର୍ଡୱାଲରେ ଝୁଲିଲା ଚିପ୍ସ ବୋଝେଇ ହାଇୱା । ଗୁରୁବାର ଅପରାହ୍ନରେ ବାଲିଗୁଡା ଥାନା ୪୧ ନଂ. ରାଜ୍ୟ ରାଜପଥର ମୁଖ୍ୟରାସ୍ତାର ଗଟାଙ୍ଗୀ ନିକଟରେ ଘଟିଛି ଦୁର୍ଘଟଣା ।କ୍ଷ ତେବେ ଦୁର୍ଘଟଣା ରେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତିଲେ ହାଇୱା ଡ୍ରାଇଭର । ତେବେ ଲଣ୍ଡାଗାଁ ପଟୁ ବାଲିଗୁଡା ଅଭିମୁଖେ ଚିପ୍ସ ବୋଝେଇ ହାଇୱା ଗାଡିଟି ଆସୁଥିବା ବେଳେ ହଠାତ ଷ୍ଟେରିଙ୍ଗ ଅଚଳ ହୋଇଯାଇଥିଲା । ଗଟାଙ୍ଗୀ ନିକଟରେ ଷ୍ଟେରିଙ୍ଗ ଜାମ ହେବା ଫଳରେ ଡ୍ରାଇଭର ନିୟନ୍ତ୍ରଣ ହରାଇବା ପରେ ଗାର୍ଡୱାଲରେ ଝୁଲି ରହିଥିଲା ହାଇୱା । ତେବେ ସ୍ଥାନୀୟ ବାସିନ୍ଦା ଘଟଣା ସ୍ଥଳରେ ପହଂଚି ଡ୍ରାଇଭରକୁ ହାଇୱାରୁ ଉଦ୍ଧାର କରି ବାହାରକୁ ଆଣିଥିଲେ । ତେବେ ଦୁର୍ଘଟଣା ପରେ ଡ୍ରାଇଭର ଜଣକ ସୁରକ୍ଷିତ ରହିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।

Leave A Reply

Your email address will not be published.