jsm

ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଲେ ଆୟୁର୍ବେଦିକ ଡାକ୍ତର ସୁଶାନ୍ତ କୁମାର ଚାନ୍ଦ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସତେ ଯେପରି ବଲାଙ୍ଗିର ସହରକୁ ଦୁର୍ଘଟଣାର ପିଛା ଛାଡୁନାହିଁ । ଦୁର୍ଘଟଣାର ନୃଶଂସ ପଂଝା ସାଉଁଟି ଚାଲିଛି ନିରୀହ ଜୀବନ । ପୁଣି ଅସମୟରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି ଆୟୁର୍ବେଦିକ ଡାକ୍ତର ସୁଶାନ୍ତ କୁମାର ଚାନ୍ଦ । ବଲାଙ୍ଗିର ସହରର ଜଣାଶୁଣା ଆୟୁର୍ବେଦିକ ଡାକ୍ତର ଚାନ୍ଦଙ୍କ ବୟସ ମାତ୍ର ୬୦ ପାଖାପାଖି । ଆଜି ଦିନ ୧୨ଟା ସମୟରେ ବଲାଙ୍ଗିର ପଟୁ କୌଣସି ଏକ ଘରୋଇ କାମରେ ମୋଟର ସାଇକଲରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡ଼ି ସହ ମୁହାଁମୁହିଁ ଧକ୍କା ହେବା କାରଣରୁ ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡିଯାଇଥିବା ଜଣାପଡିଛି । ଶ୍ରୀ ଚାନ୍ଦ ଜଣେ ମେଳାପୀ ଓ ଭଦ୍ର ବ୍ୟକ୍ତି ଭାବରେ ସହରରେ ବେଶ୍‌ ଜଣାଶୁଣା । ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରଚାରିତ ହେବା ପରେ ସହରରେ ଶୋକର ଛାୟା ଖେଳିଯାଇଛି । ରୁଗୁଡିପଡାର ପୂର୍ବତନ କାଉନସିଲର ନନ୍ଦ କୁମାର ଚାନ୍ଦଙ୍କ ସେ ସାନଭାଇ ହୋଇଥିବା ବେଳେ ତାଙ୍କ ଏକ ମାତ୍ର ଝିଅ ରହିଛି । ସେ ରାଜ୍ୟ ବାହାରେ ପଢୁଥିବା ଯୋଗୁଁ ଆସନ୍ତାକାଲି ତାଙ୍କ ଶବଦାହ ହେବ ବୋଲି ସୂଚନା ମିଳିଛି । ଶ୍ରୀ ଚାନ୍ଦ ମୂଳ ବାସିନ୍ଦା ଦେଓଗାଁ ବ୍ଳକ୍ ବଡବନ୍ଦ ହୋଇଥିଲେ ହେଁ ସେ ବଲାଙ୍ଗିର ରୁଗୁଡିପଡା ଓ ପ୍ରତାପ ସାଗରପଡାଠାରେ ବସବାସ କରୁଥିଲେ ।

yuvodaya
Leave A Reply

Your email address will not be published.