jayashree

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପରିସରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପରିସରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଶତାଧିକ ଛାତ୍ରଛାତ୍ରୀ ଓ କଲେଜ କତ୍ତୃପକ୍ଷଙ୍କ ସମ୍ମୁଖରେ ବିଶ୍ୱ ବିଦ୍ୟାଳୟର ଗ୍ୟାଟ୍‌ ନିକଟରେ ୨ ଛାତ୍ରଙ୍କୁ ନିଶା କରିବା ପାଇଁ ଜଣେ ଦୁର୍ବୃତ୍ତ ଟଙ୍କା ମାଗିଥିଲା । ଟଙ୍କା ନ ଦେବାରୁ ଛାତ୍ରଙ୍କ ବାଇକକୁ ପ୍ରଥମେ ରଡ଼୍‌ରେ ଅକ୍ରାମଣ କରି ଭାଙ୍ଗି ଦେଇଥିଲା । ପରେ ଛାତ୍ର ଦ୍ୱୟଙ୍କୁ ବି ଆକ୍ରମଣ କରିବାକୁ ପଛେଇ ନଥିଲା ଦୁର୍ବୃତ୍ତ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ତେବେ ଦୁର୍ବୃତ୍ତ ଆକ୍ରମଣର ଶିକାର ହୋଇଥିବା ଦୁଇ ଛାତ୍ର ହେଲେ ଯୁକ୍ତ ତିନି ବର୍ଷର ତୁଷାର ପୁଟା ଓ ଜତିନ ଭୋଇ । ଯେତେବେଳେ ଦୁର୍ବୃତ୍ତ ଜଣକ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଓ ସିକ୍ୟୁରିଟୀ ଗାର୍ଡର ସାମ୍ନାରେ ବିଶ୍ୱବିଦ୍ୟାଳୟ ପରିସରରେ ଏଭଳି କାଣ୍ଡ ଘଟାଉଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ଭୟର ବାତାବରଣ ଦେଖିବାକୁ ମିଳିଛି । ସୁବୁଠୁ ବଡ଼ କଥା ଏଇଟା ଯେ, ବଲାଙ୍ଗିର ଲକ୍ଷ୍ମୀଯୋର ଥାନାରୁ ପାଖାପାଖି ୨୦୦ ମିଟର ଦୂର ହେବ ବିଶ୍ୱ ବିଦ୍ୟାଳୟ, ଆଉ ବିଶ୍ୱ ବିଦ୍ୟାଳୟ ଭିତରକୁ ପଶି ଦୁର୍ବୃତ୍ତ ଜଣକ ଏଭଳି କାଣ୍ଡ ଭିଆଉଛି, ପୁଣି ଫେରାର୍‌ ମାରୁଛି । ତେବେ ଏଠି ପୁଲିସର ଉପସ୍ଥିତିକୁ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ବୋଲି ସାଧାଣରେ ଆଲୋଚନା ହେଉଛି । ଦୁର୍ବୃତ୍ତ ଜଣକ କିଏ ଓ କେଉଁଠୁ ଏତେ ସାହାସ ପାଇଲା ? ସେ ନେଇ ତଦନ୍ତ ଦାବୀ କରିଛନ୍ତି ଛାତ୍ରଛାତ୍ରୀ ।

Leave A Reply

Your email address will not be published.