
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ଓ ବିଶ୍ୱାତ୍ମା ବିଦ୍ୟା ମନ୍ଦିର ଖୁଜେନପାଲିିର ମିଳିତ ସହଯୋଗ କ୍ରମେ ଏକ ଆଲୋଚନାଚକ୍ର ହୋଇଥିଲା । ଏହି ଆଲୋଚନାଚକ୍ରରେ ସଭାପତିତ୍ୱ କରିଥିଲେ ପରିଷଦର ସଭାପତି ଡ. ଭବାନୀ ଶଙ୍କର ପଟେଲ, ମୁଖ୍ୟ ଅତିଥି ତଥା ମୁଖ୍ୟବକ୍ତା ଭାବରେ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ୱତୀ, ସମ୍ମାନିତ ଅତିଥି ସ୍ୱାମୀ ସତ୍ୟ ଦେବାନନ୍ଦ ସରସ୍ୱତୀ, ଅତିଥି ଭାବରେ ଅଧ୍ୟକ୍ଷ ଡ. ସୁଶାନ୍ତ କୁମାର ପ୍ରଧାନ ମଂଚାସୀନ ଥିଲେ । ଦୀପ ପ୍ରଜ୍ୱଳନ ପରେ ଅତିଥିଙ୍କର ପରିଚୟ ପ୍ରଦାନ କରିଥିଲେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ତ୍ରିପାଠୀ, ପରିଷଦର ବିବରଣୀ ପ୍ରଦାନ କରିଥିଲେ ଡ. ଭବାନୀ ଶଙ୍କର ପଟେଲ, ପ୍ରାରମ୍ଭିକ ଜଣାଣ ଗାନ କରିଥିଲେ ରାମ ଶଙ୍କର ଶତପଥୀ । ଅତିଥିମାନେ ରାମକୃଷ୍ଣଙ୍କ ସମୟରେ ପରିବେଶ ସୁରକ୍ଷା କିପରି କରୁଥିଲେ ସେ ବିଷୟ ଗୁଡିକ ବିଷଦ ଭାବରେ ଉପସ୍ଥାପନ କରିଥିଲେ । ସ୍ୱାମୀଜୀ ଆଜିର ପରିବେଶ ତଥା ଯୁଦ୍ଧ ଓ ନେପାଳର କାରଣ ଉପସ୍ଥାପିତ କରିଥିଲେ । ମଂଚ ପରିଚାଳନା ଶିକ୍ଷକ ସୁରଥ ସାହୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରିଥିଲେ । ଷଷ୍ଠରୁ ମେଟ୍ରିକ ଛାତ୍ରଛାତ୍ରୀମାନେ କବିତା ପଠନ କରିଥିଲେ । ସେମାନଙ୍କ ମଧ୍ୟରେ ଦେବସ୍ମିତା ପ୍ରଧାନ, ସ୍ୱାତୀ ସ୍ୱାଇଁ, ନିବେଦିତା ନନ୍ଦ, ଅଙ୍କିତା ପଣ୍ଡା, ଗାୟତ୍ରୀ ରଣା, ଶୁଭମ ଷଡଙ୍ଗୀ, ରାଜେଶ୍ୱରୀ ଦାସ, ଶର୍ମିଷ୍ଠା ସାହୁ, ତପସ୍ୱିନୀ ସାହୁ, ପ୍ରିୟା ମିଶ୍ର, ପ୍ରତିଜ୍ଞା ନାୟକ, ସ୍ନେହାରାଣୀ ଖୁଆସ, ଦୀପାଞ୍ଜଳୀ ଡାଙ୍ଗ, ଆଦ୍ୟାସା ସାହୁ, ଗୁରୁମା ଆଶାଲତା ସେଠ, ବଳିଷ୍ଠ ପ୍ରଧାନ, ଜ୍ୟୋତି ରାଣୀ ଶତପଥି, ନଳିନୀ ଶତପଥି, ରଶ୍ମି ପାତ୍ର, ରାମ ଶଙ୍କର ଶପଥି, କବିତା ସଂଯୋଜନା ରଶ୍ମି ପାତ୍ର ଓ ନଳିନୀ ଶତପଥୀ । ଧନ୍ୟବାଦ ଅର୍ପଣ କରିଥିଲେ କବି ବଳିଷ୍ଠ ପଧାନ ।