ଡ୍ରେନ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ବ୍ଲକ ପ୍ରଶାସନ ଦାୟୀ ରହିବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ସଂପିଆ ଗ୍ରାମରେ ଏକ ସରକାରୀ ନଳକୂପକୁ ସରକାର ଉଚ୍ଚ ଚାନ୍ଦିନୀ କରି ଦେଇଛନ୍ତି । ଏହା ଏକ ଖୁବ୍ ଭଲ ପଦକ୍ଷେପ । କିନ୍ତୁ ଏହାର ସମସ୍ୟା ହେଲା ଡ୍ରେନ । ନଳକୂପର ପାଣି ଯିବା ପାଇଁ ଡ୍ରେନ କରା ଯାଇଥିଲା । କିନ୍ତୁ ଏବେ ଏହା କିଛି ସ୍ବାର୍ଥବାଦୀ ଲୋକ ଡ୍ରେନକୁ ପୋତି ଦେଇଛନ୍ତି । ନଳକୂପର ପାଣି ଏବେ ନିଷ୍କାସନ ହୋଇ ପାରୁନାହିଁ ଓ ପାଣି ଯାଇ ନ ପାରିବାରୁ ରାସ୍ତା ମଝିକୁ ଆସି ତଳ ମୁଣ୍ଡରେ ଥିବା ଲୋକଙ୍କ ଘର ଭିତରକୁ ପଶୁଛି । ପୋତିଥିବା ଲୋକଙ୍କୁ ଖୋଳିବାକୁ କହିଲେ ସେମାନେ ନାରାଜ ହୋଇ ଗଣ୍ଡଗୋଳ ଭିଆଉଛନ୍ତି । ଏ ବିଷୟ ପଞ୍ଚାୟତ ନିର୍ବାହୀଙ୍କୁ ଅବଗତ କରାଇଥିଲେ ମଧ୍ୟ ସେ ଶୁଣୁ ନାହାନ୍ତି । ଡ୍ରେନ ଖୋଲିବା ପାଇଁ ତୁରନ୍ତ ବ୍ଲକ ଓ ପଞ୍ଚାୟତ ପ୍ରଶାସନ ପଦକ୍ଷେପ ନିଅନ୍ତୁ । ଏହାର ପଦକ୍ଷେପ ନ ହେଲେ କୌଣସି ପ୍ରକାର ଗଣ୍ତଗୋଳ ହୋଇ କାହାର ଯଦି ମୃତ୍ୟୁ ହୁଏ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି । ଏହା ଆଗରୁ କିଛି ମାସ ତଳେ ଏକ ହତ୍ୟା କାଣ୍ତ ଘଟିଥିଲା ଏହି ଗ୍ରାମରେ। ତୁରନ୍ତ ଏହା ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.