ସମ୍ବଲପୁର ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ସଭାପତି ହେଲେ ଡ଼.ସିଦ୍ଧାନ୍ତ ମହାନ୍ତି

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ସଭାପତି ପଦ ପୁଣି ଥରେ ଡ଼. ସିଦ୍ଧାନ୍ତ ମହାନ୍ତି ପାଇଛନ୍ତି । ଶ୍ରୀ ମହାନ୍ତି ଏହି ପଦ ପାଇଲା ପରେ ସମ୍ବଲପୁର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ବିଭିନ୍ନ ଅଂଚଳରୁ ଶ୍ରୀ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଡ଼. ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ ଦେଇଥିବା ଗୁରୁ ଦାୟିତ୍ୱକୁ ସେ ପୂର୍ବଭଳି ସୁଚାରୁ ରୁପେ ସମ୍ପାଦନ କରି ବିଜୁ ଛାତ୍ର ଜନତା ଦଳକୁ ଜିଲ୍ଲାରେ ସୁଦୃଢ଼ କରିବା ପାଇଁ ସମସ୍ତ ପଦକ୍ଷେପ ନେବେ । ଛାତ୍ର ଜନତା ଦଳର ଜ଼ିଲ୍ଲା ସଭାପତି ଘୋଷଣା ପରେ ଡ଼. ସିଦ୍ଧାନ୍ତ ମହାନ୍ତି ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.