ls

ଯାଦବ ସମାଜର ଦୋଳ ମହୋତ୍ସବ ରୈାପ୍ୟ ଜୟନ୍ତି ପାଇଁ ପ୍ରସ୍ତୁତି

2020

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନ ପରିସରରେ ଦୋଳ ମହୋତ୍ସବ ରୈାପ୍ୟ ଜୟନ୍ତି ଉପଲକ୍ଷେ ଲୋଗୋ ଉନ୍ମୋଚିତ ହୋଇଯାଇଛି । ପୈାରାଞ୍ଚଳ ସଭାପତି ପଙ୍କଜ ସେଲମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ
କାର୍ଯ୍ୟକ୍ରମରେ ପ୍ରଥମେ ସମଲେଶ୍ୱରୀ ମନ୍ଦିରରୁ ଆଜ୍ଞାମାଳ ଆଣି ଯାଦବ ଭବନ ପରିସରରେ ଶୁଭସ୍ତୁମ୍ଭ ସ୍ଥାପନ କରାଯାଇଥିଲା ଓ ଯାଦବ ସାମାଜର କର୍ମକର୍ତ୍ତା ଉପସ୍ଥିତ ହୋଇ ଲୋଗୋ ଉନ୍ମୋଚିତ ହୋଇଥିଲା । ଏ ବର୍ଷ ଦୁଇ ଦିନ ଧରି କାର୍ଯ୍ୟକ୍ରମ ବାଡିଖେଳ, ବିଭନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ୨୫ ବର୍ଷର ଏକ ସ୍ମରଣୀକା ଉନ୍ମୋଚିତ, ଶୋଭାଯାତ୍ରା, ସହର ପରିକ୍ରମା ଇତ୍ୟାଦି ସମାରୋହରେ ପାଳିତ ହେବ ଦୋଳ ପୂର୍ଣ୍ଣିମା ପୂଜା କମିଟି ସଭାପତି ଜୟଦେବ ଜାଲ ସୂଚନା ଦେଇଛନ୍ତି । ପୂର୍ବତନ ସଂପାଦକ ଡମନ ବଗର୍ତ୍ତି, ପୈାରାଞ୍ଚଳ ସଂପାଦକ ଅରକ୍ଷିତ ଜୁଏଡ, ଖରତମଲ ରାଉତ, ଆକୁଳ ବଗର୍ତ୍ତି, ହୃଷିକେଶ ବନଛୋର, ଦେବରାଜ ନାଗ, ଖୁସିରାମ ଦୀପ, ଶେଷ ପୋଡ, ଶଙ୍କର ପୋଡ, ଆକୁଳ ରାଉତ, ଅଷ୍ଟମୀ ବଗର୍ତ୍ତି, ହରିଶଙ୍କର ବଗର୍ତ୍ତି, ସନ୍ତୋଷ ବଗର୍ତ୍ତି, ସୁଜିତ ଚନ୍ଦନ, ଘାସିରାମ ଦିପ, ରିଙ୍କୁ ଚନ୍ଦନ, ମାନସ ଜାଲ, ସଂଜିବ ବାଗ, ସାନ ଜାଲ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରଶାନ୍ତ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.