jsm

ପଦ୍ମପୁର ଭୁଲିଆ ଧର୍ମଶାଳାଠାରେ ଦିବ୍ୟାଙ୍ଗ ଦିବସ ପାଳିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋରାସମ୍ବର ଦିବ୍ୟାଙ୍ଗ ବିକାଶ ମଞ୍ଚ ପକ୍ଷରୁ ପଦ୍ମପୁର ଭୁଲିଆ ଧର୍ମଶାଳାଠାରେ ଆନ୍ତ୍ରଜାତିକ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି । ଡିସେମ୍ବର ୩ରେ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳନ କରୁଥିବା ବେଳେ କିଛି ଅସୁବିଧାର କାରଣ ଯୋଗୁଁ ଗତକାଲି ପାଳନ କରୁଥିବା ରାଜବୋଡାସମ୍ବର ଦିବ୍ୟାଙ୍ଗ ବିକାଶ ମଞ୍ଚ ସଭାପତି ଧନମାଳି ମେହେର ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଉପଖଣ୍ତର ବିଭିନ୍ନ ଗ୍ରାମରୁ ୭୦ ଜଣ ଦିବ୍ୟାଙ୍ଗ ଯୋଗଦେଇଥିଲେ । ଏହି ଅବସରେ ମୁଖ୍ୟ ବକ୍ତା ଭାବରେ ବରିଷ୍ଟ ଆଇନଜୀବୀ ଅଜିତ ଶତପଥି ଯୋଗଦେଇ ଭିନ୍ନକ୍ଷମ ଭାଇ ଭଉଣୀ ଭିନ୍ନକ୍ଷମ ନୁହନ୍ତି ସେମାନେ ସକ୍ଷମ ଏବଂ ସେମାନେ ଦିବ୍ୟାଙ୍ଗ ନୁହନ୍ତି ଦେବତାଙ୍କ ଅଙ୍ଗ ସେମାନେ ବି ସମାଜ ପାଇଁ କିଛି କରିପାରିବେ ବୋଲି ମତ ପ୍ରକାଶ କରିଥିଲେ ଏବଂ ଲାୟନ୍ସ୍ କ୍ଲବ୍ ସଭାପତି ହିମାଂଶୁ ଶେଖର ଯୋଶୀ ଏବଂ ଲାୟନ୍ସ କ୍ଲବ୍‌ର ସଂପାଦକ ବିଭୁଦତ୍ତ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କ ସମସ୍ୟା, ସୁବିଧା, ସୁଯୋଗ, ଆବଶ୍ୟକତା,ଅଧିକାର,ସୁରକ୍ଷା ବିଷୟ ରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଭିନ୍ନ ଗ୍ରାମରୁ ଆସିଥିବା ଦିବ୍ୟାଙ୍ଗମାନେ କ’ଣ କଲେ ନିଜର ଅଧିକାର ଏବଂ ସୁବିଧା ସୁଯୋଗ ପାଇବେ ସେ ବିଷୟରେ ମତ ପ୍ରକାଶ କରିଥିଲେ । ରାଜ ବୋରାସମ୍ବର ଦିବ୍ୟାଙ୍ଗ ବିକାଶ ମଞ୍ଚର ସଦସ୍ୟ ଚନ୍ଦ୍ରମଣି ତାଣ୍ଡି, ବିଷ୍ଣୁ ପ୍ରଧାନ, ବିରେନ ପ୍ରଧାନ, ଭସ୍କର ଦୀପ, ରୋହିତ ମେହେର, ଭଗବାନ ହରିପାଳ, ଲୁକେଟ୍ ବାରିକ, ଧରଣୀ ସାହୁ, ରିଙ୍କି ମେହେର, ମଞ୍ଜୁଳତା ସାହୁ, ଜ୍ୟୋସ୍ନା ସାହୁ, ପିତାମ୍ବର ଚୌହାନ, ଯୁଧିଷ୍ଟିର କରନାଳ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଶେଷରେ ସଂପାଦକ ଚନ୍ଦ୍ରମଣି ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.