pakka

ଆନ୍ତର୍ଜାତୀୟ ଅଗ୍ନିଶମ କର୍ମଚାରୀ ଦିବସ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ମେ ୪ ରେ ‘ଆନ୍ତର୍ଜାତୀୟ ଅଗ୍ନିଶମ କର୍ମଚାରୀ ଦିବସ’ ପାଳନ କରାଯାଏ । ଆନ୍ତର୍ଜାତୀୟ ଅଗ୍ନିଶମ କର୍ମଚାରୀ ଦିବସ ଅଗ୍ନିର ଗୁରୁତ୍ୱ ଏବଂ ନିରାପଦ ବ୍ୟବହାର ବିଷୟରେ ସଚେତନତା ସୃଷ୍ଟି କରେ । ଅଗ୍ନି ନିୟନ୍ତ୍ରଣ କରିବାର କ୍ଷମତା ଗୁମ୍ଫାମାନଙ୍କ ଯୁଗରୁ ଆରମ୍ଭ ହୋଇଥିଲା । ଏହା ମନୁଷ୍ୟର ପ୍ରାରମ୍ଭିକ ଆଚରଣରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଲା । ଉତ୍ତାପ ଏବଂ ଆଲୋକର ଆବିଷ୍କାର ଦ୍ୱାରା ଲୋକଙ୍କୁ ଖାଦ୍ୟ ରାନ୍ଧିବା, ଶୀତଳ ପାଗରେ ଗରମର ଉଷ୍ମତା ଅନୁଭବ କରିବା ଭଳି ଅନେକ ବୈପ୍ଳବିକ ପରିବର୍ତ୍ତନ ଗତିଶୀଳ ହେଲ । ଭାରତରେ ନିୟମିତ ଅଗ୍ନିଶମ ସେବା ମୁମ୍ବାଇ, ଏବଂ କୋଲକତା ଭଳି ପ୍ରମୁଖ ବନ୍ଦର ଏବଂ ସହରରୁ ଯାତ୍ରା ଆରମ୍ଭ କରିଥିଲା । ବମ୍ବେରେ ପ୍ରଥମ ଅଗ୍ନିଶମ ସେବା ୧୮୦୩ ମସିହାରେ ଏକ ବଡ଼ ଅଗ୍ନିକାଣ୍ଡ ପରେ ଏହାର କାର୍ଯ୍ୟ ଆରମ୍ଭ କରିଥିଲା । ୧୮୯୩ ମସିହାରେ ବଙ୍ଗଳାରେ ପ୍ରଥମ ଫାୟାର ବ୍ରିଗେଡ୍ ଆକ୍ଟ ପ୍ରଣୟନ କରାଯାଇଥିଲା । ଭାରତର ପ୍ରଥମ ଫାୟାର ସର୍ଭିସ୍‌ କଲେଜ ୧୯୫୬ ମସିହାରେ ଉତ୍ତରପ୍ରଦେଶର ରାମପୁରରେ ନ୍ୟାସ୍‌ନାଲ୍‌ ଫାୟାର ସର୍ଭିସ୍‌ କଲେଜ ଭାବରେ ପ୍ରତିଷ୍ଠିତ ହୋଇଥିଲା ଯାହା ୧୯୫୭ ମସିହାରେ ନାଗପୁରରେ ବର୍ତ୍ତମାନର ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିଲା । ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ଅଗ୍ନିଶମ ସେବାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବାସ୍ତବରେ, ବିକଶିତ ଦେଶରେ ଅଗ୍ନିଶମ ସେବା କେବଳ ଅଗ୍ନି ନିର୍ବାପକ କାର୍ଯ୍ୟ ପାଇଁ ନୁହେଁ ବରଂ ଜରୁରୀକାଳୀନ ସେବା ଭାବରେ ଉଦ୍ଧାର କାର୍ଯ୍ୟ ପାଇଁ ମଧ୍ୟ ନିୟୋଜିତ ହୋଇଥାଏ । ଅଗ୍ନିକୁ ଯତ୍ନର ସହ ପରିଚାଳନା କରିବାର ଗୁରୁତ୍ୱ ବିଷୟରେ ସର୍ବଦା ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ । ଅଗ୍ନି ଯେତେବେଳେ ସଠିକ୍ ଭାବରେ ନିୟନ୍ତ୍ରିତ ନହୁଏ ତେବେ ଏହା ବିପଜ୍ଜନକ ଏବଂ ବିନାଶକାରୀ ହୋଇପାରେ । ସମଗ୍ର ବିଶ୍ୱରେ ବର୍ତ୍ତମାନ ବନାଗ୍ନି ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି । ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟରେ ବନାଗ୍ନି ଅଣାୟତ୍ତ ହୋଇପଡିଛି । ଡ୍ରୋନ୍‌ କ୍ୟାମେରା ଦ୍ଵାରା ନିଆଁ ଲାଗିଥିବା ସ୍ଥାନକୁ ଚିହ୍ନଟ କରିବା ପରେ ଏହାକୁ ଆୟତ୍ତ କରିବାରେ ସଫଳ ହୋଇଥିଲା ।

jay balangir
Leave A Reply

Your email address will not be published.

9 + 8 =

error: Content is protected !!