mahavir

ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଆନୁକୂଲ୍ୟରେ ସ୍ୱାଭିମାନ ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର, ଗୁଡଭେଲା ଆନୁକୂଲ୍ୟରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ସ୍ଥାନୀୟ ତୋଷାଳୀ ବିଦ୍ୟା ମନ୍ଦିର ଠାରେ ସଭାପତି ଡ. ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ସ୍ୱାଭିମାନ ଦିବସ ରୂପେ ପାଳନ କରି ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଯୁଗଳ କିଶୋର ସାହୁ ଯୋଗ ଦେଇ ମଧୁବାବୁ ଭାରି ସ୍ୱାଭିମାନୀ ଓ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ଥିଲେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଯୁବକବି ତଥା ତୋଷାଳୀ ବିଦ୍ୟା ମନ୍ଦିରର ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର ଯୋଗ ଦେଇ ଅଧୁନା ମଧୁବାବୁଙ୍କ ଭଳି ପଢୁଆ ଓ ଲଢୁଆ ବ୍ୟକ୍ତି ବିରଳ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ କବି ବୀରେନ୍ଦ୍ର ସୁନା ଓ ଯୌବନ ନନ୍ଦ ଯୋଗ ଦେଇଥିଲେ । ସଂପାଦକ ଆଶୁକବି ଡ. ହେମନ୍ତ କୁମାର ଦାଶ ସଭା ସଞ୍ଚାଳନ କରିଥିଲେ । କବୟିତ୍ରୀ ବବିତା ନାୟକ ସ୍ୱାଗତ ସଂଗୀତ ରୂପେ ମଧୁବାବୁଙ୍କ ରଚିତ “ଉତ୍କଳ ସନ୍ତାନ” କବିତା ଗାନ କରିଥିଲେ । ଶେଷରେ କବୟିତ୍ରୀ କନକଲତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କବୟିତ୍ରୀ ହୀରାବତୀ ସାହୁ, କବି ଭକ୍ତବନ୍ଧୁ ସାହୁ, ପୂରନ ମେହେର ଓ ରୁଦ୍ର ପ୍ରତାପ କୁମୁରା ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.