ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରାମଚନ୍ଦ୍ର ମିଶ୍ରଙ୍କ ୩୮ତମ ଶ୍ରାଦ୍ଧ ଦିବସ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ଜିଲ୍ଲା ବୋର୍ଡ ସଦସ୍ୟ ରାମଚନ୍ଦ୍ର ମିଶ୍ରଙ୍କ ୩୮ତମ ଶ୍ରାଦ୍ଧ ଦିବସ ସ୍ଥାନୀୟ କୋର୍ଟପେଟା ଜଗନ୍ନାଥ ମନ୍ଦିରରେ ଇଂ. ଗିରିଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରଥମେ ଆଡ଼ଭୋକେଟ୍‌ ଶିବ ପ୍ରସାଦ ମିଶ୍ର ସ୍ୱର୍ଗତ ମିଶ୍ରଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଭାବେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନର ଅଧ୍ୟକ୍ଷ ତଥା ନବୀନର ସମ୍ପାଦକ ରବି ରଥ ଯୋଗଦେଇ ଦେଶକୁ ସ୍ୱାଧୀନତା କରିବା ପାଇଁ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ରାମଚନ୍ଦ୍ରଙ୍କ ଭଳି ବହୁ ଲଢ଼ୁଆ ବ୍ୟକ୍ତି ଯେଉଁ କଷ୍ଟ ସ୍ୱୀକାର କରି ସ୍ୱାଧୀନତା ଆଣିଥିଲେ ତାହା ଆଜି ଜନସାଧାରଣଙ୍କ ମଧ୍ୟରେ ଶିଥିଳତା ପଡ଼ିଯାଇଛି । ଦେଶର ସାମ୍ବିଧାନିକ ସଙ୍କଟ ଉକଟ ଭାବରେ ପହଛି । ତାହା ଦେଶ ପ୍ରତି ବିପଦ ସୃଷ୍ଟି କରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟୋଗପତି ପ୍ରୀତି ମୋହନ ମହାପାତ୍ର, ରାମପ୍ରସାଦ ଦାଶ, ଦିଲୀପ କୁମାର ମିଶ୍ର, ଇଂ. ଅନିଲ କୁମାର ଆଚାର୍ଯ୍ୟ, ସୂର୍ଯ୍ୟ ନାରାୟଣ ମହାପାତ୍ର, ଆଡ଼ଭୋକେଟ ଲୋକନାଥ ପୂଜାରୀ, ଲକ୍ଷ୍ମୀ ଚରଣ ପଣ୍ଡା, ପାର୍ବତୀ ପ୍ରସାଦ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ମିଶ୍ରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହ ସ୍ମୃତିଚାରଣ କରିଥିଲେ ।

Leave A Reply

Your email address will not be published.